Latest Odisha News

BREAKING NEWS

ହୋଲି ଖେଳି ଗାଧୋଇବାକୁ ଯାଇ ଭାସିଗଲେ ନାବାଳକ  

କଟକ:ହୋଲି ଖେଳି ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ । ବଡମ୍ବା T ସେତୁ ନିକଟରେ ହୋଲି ଖେଳି ଗାଧୋଇବା ବେଳେ ନାବାଳକ ଭାସିଗଲେ। ନାବାଳକ ଜଣକ ବଡମ୍ବା ତୁଣପୁର ଗାଁର ଜୀବନ ବେହେରା । T ସେତୁ ନିକଟରେ ହୋଇଥିବା ଅସ୍ଥାୟୀ ପୋଲ ନିକଟରେ ଏହି ଅଘଟଣ ଘଟିଛି ।

ସୂଚନାଥାଉକି, ସ୍ଥାନୀୟ ତୁଣପୁର ଗାଁର ତିନି ଜଣ ନାବାଳକ ହୋଲି ରଙ୍ଗ ଖେଳି ଗାଧୋଇବାକୁ ଆସିଥିଲେ । କିନ୍ତୁ ଗାଧୋଇବା ବେଳେ ଜୀବନ ବେହେରା ଭାସି ଯାଇଥିଲେ ।

ବାଙ୍କୀ ବୈଦେଶ୍ୱର ଦମକଳ ବାହିନୀ ପହଞ୍ଚି ମହାନଦୀରୁ ନାବାଳକଙ୍କୁ ଉଦ୍ଧାର କରିଥିଲେ ଓ ବଡମ୍ବା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Leave A Reply

Your email address will not be published.