Latest Odisha News

BREAKING NEWS

ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲା; ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ

କଟକ: ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲା । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କରିଛନ୍ତି ଓଡିଶା ହାଇକୋର୍ଟ । ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଉପ ସଭାପତି ଡଃ ନିହାର ରଞ୍ଜନ ମହାନ୍ତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର ହୋଇଛି ।

ତେବେ ଜାମିନ ମଞ୍ଜୁର ହୋଇଥିବା ଏହି ଅଭିଯୁକ୍ତମାନଙ୍କୁ ବୋର୍ଡର କନ୍‌ଫିଡେନ୍ସିଆଲ କାମରେ ନିଯୁକ୍ତ ନକରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ତଦନ୍ତରେ ସହଯୋଗ କରିବା ଏବଂ ଟ୍ରାଏଲ କୋର୍ଟଙ୍କ ବିନା ଅନୁମତିରେ ଅଭିଯୁକ୍ତ ମାନେ ବିଦେଶ ଯାଇପାରିବେ ନାହିଁ ସର୍ତ୍ତ ରଖିଛନ୍ତି ହାଇକୋର୍ଟ ।

ସୂଚନାଯୋଗ୍ୟ, ଗତବର୍ଷ ଜୁଲାଇ ୨୦ ତାରିଖରେ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ହେବାର ଥିଲା । ପରୀକ୍ଷା ପୂର୍ବ ରାତିରେ ପ୍ରଶ୍ନପତ୍ର ଲିକ ହୋଇଥିଲା । ଏବଂ ପରୀକ୍ଷାକୁ ବାତିଲ କରିଥିଲେ ମାଧ୍ୟମିକ ଶିକ୍ଷା ପରିଷଦ । ଏହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର ।

ଘଟଣାରେ ଅଗଷ୍ଟ ୩ ତାରିଖରେ ବୋର୍ଡର ତତ୍କାଳୀନ ଉପ ସଭାପତି ନିହାର ମହାନ୍ତିଙ୍କ ସମେତ ଜଣ ଜଣ କରି ୮ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ପ୍ରଶ୍ନପତ୍ର ପ୍ରଘଟ କାରଣରୁ ପ୍ରଥମେ ପରୀକ୍ଷା ବାତିଲ କରିଥିଲା ମାଧ୍ୟମିକ ଶିକ୍ଷା ପରିଷଦ । ପରବର୍ତ୍ତୀ ସମୟରେ ସେପ୍ଟେମ୍ବର ୨୭ ତାରିଖରେ ହୋଇଥିଲା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ।

Leave A Reply

Your email address will not be published.