ଭୁବନେଶ୍ବର:ରାଜଧାନୀରୁ ଗୋଟିଏ ଦିନରେ ୩ଜଣ ନିଖୋଜ ଘଟଣା । ଭୁବନେଶ୍ବର ସାଲିଆସାହି ଅଞ୍ଚଳରୁ ନିଖୋଜଆଜି ଦୁଇ ନାବାଳିକା ଉଦ୍ଧାର ହୋଇଛନ୍ତି । ରେଢ଼ାଖୋଲରେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ ଦୁଇ ନାବାଳିକା । ସେଠାରୁ ମୈତ୍ରୀ ବିହାର ଥାନା ପୋଲିସ ସେମାନଙ୍କୁ ଉଦ୍ଧାର କରିଛି ।
ଧଉଳି ଥାନା ଅଞ୍ଚଳରୁ ଅନ୍ୟ ଜଣେ ନାବାଳକ ନିଖୋଜ ହୋଇଥିଲେ । କିଛି ଘଣ୍ଟା ମଧ୍ୟରେ ଉଦ୍ଧାର କରାଯାଇଥିଲା ।
ସାଲିଆସାହି ଅଞ୍ଚଳର ସପ୍ତମ ଶ୍ରେଣୀରେ ପଢ଼ୁଥିବା ଦୁଇ ସାଙ୍ଗ ସ୍କୁଲ ଯିବାକୁ ବାହାରିଥିବା ବେଳେ ଆଉ ଘରକୁ ଫେରିନଥିଲେ। ଏହି ଘଟଣାକୁ ନେଇ ପୋଲିସ ଜୋରଦାର ଛାନଭିନ୍ ଆରମ୍ଭ କରିବା ସହ ପିଲାଙ୍କ ସମ୍ପର୍କରେ ତଥ୍ୟ ଦେଲେ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା।
ସମସ୍ତ ସିସିଟିଭି ଯାଞ୍ଚ କରିଥିଲା ମୈତ୍ରୀବିହାର ଥାନା ପୋଲିସ । ଖୋର୍ଦ୍ଧା, ଭୁବନେଶ୍ବର ସମେତ ବିଭିନ୍ନ ଜିଲ୍ଲାର ବସ୍ଷ୍ଟାଣ୍ଡ ଓ ବିଭିନ୍ନ ଛକରେ ସର୍ଚ୍ଚ କରିବା ସହ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରାଯାଇଥିଲା । ତେବେ ସମସ୍ତ ଡିଜିଟାଲ ତଥ୍ୟ ଆଧାରରେ ଦୁଇ ନାବାଳିକା ଅନୁଗୋଳ କିଶୋରନଗର ଅଞ୍ଚଳରେ ଥିବା ଜଣାପଡିଥିଲା । ସେଠାରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିଲା ।