Latest Odisha News

BREAKING NEWS

ବିଶ୍ୱରେ ଯୁଦ୍ଧର ନିଆଁ: ଅଶୋଧିତ ତେଲ ୧୦୦ ଡଲାର ଅତିକ୍ରମ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଜଳୁଛି ସାରା ବିଶ୍ୱ। ଆକାଶଛୁଆଁ ଅଶୋଧିତ ତୈଳ ଦର। ଇରାନ-ଇସ୍ରାଏଲ ଯୁଦ୍ଧ ଯୋଗୁଁ ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଉତ୍ତେଜନା ଅଶୋଧିତ ତେଲ ମୂଲ୍ୟକୁ ପ୍ରଭାବିତ କରୁଛି। ସୋମବାର ଦିନ ଅଶୋଧିତ ତେଲର ମୂଲ୍ୟ ପ୍ରତି ବ୍ୟାରେଲ ୧୦୦ ଡଲାର ଅତିକ୍ରମ କରିଛି। ସାଢ଼େ ତିନି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ମୂଲ୍ୟ ପ୍ରତି ବ୍ୟାରେଲ ୧୦୦ ଡଲାର ଅତିକ୍ରମ କରିଛି।

ଯୁଦ୍ଧ ଯୋଗୁଁ ଉତ୍ପାଦନ ଏବଂ ପରିବହନରେ ବାଧା ସୃଷ୍ଟି ହେବା ଯୋଗୁଁ ଯୋଗାଣ ନେଇ ଚିନ୍ତା ବଢ଼ିଛି। ଏଲପିଜି ପରେ ଭାରତରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇପାରେ ବୋଲି ଏବେ ଆଶଙ୍କା କରାଯାଉଛି। ସୋମବାର ବାଣିଜ୍ୟ ଆରମ୍ଭ ହେବାର କିଛି ସମୟ ପରେ ଅନ୍ତର୍ଜାତୀୟ ମାନର ବ୍ରେଣ୍ଟ ଅଶୋଧିତ ତେଲର ମୂଲ୍ୟ ପ୍ରତି ବ୍ୟାରେଲ ୧୦୦ ଡଲାର ଅତିକ୍ରମ କରିଥିଲା। ସକାଳ ୭ଟା ୨୦ରେ ଏହା ପ୍ରାୟ ୧୧୦ ଡଲାର ପ୍ରତି ବ୍ୟାରେଲ ଥିଲା। ଶୁକ୍ରବାର ଦିନ ତୈଳ ମୂଲ୍ୟ ପ୍ରାୟ ୧୯ ପ୍ରତିଶତ ବୃଦ୍ଧି ପାଇ ୯୨.୬୯ ଡଲାରରେ ବନ୍ଦ ହୋଇଥିଲା।

ଅନ୍ୟପଟେ ଆମେରିକାର ସେନେଟର ଲିଣ୍ଡସେ ଗ୍ରାହାମ କହିଛନ୍ତି ଯେ ଇରାନ ଉପରେ ଆକ୍ରମଣର ଲକ୍ଷ୍ୟ ହେଉଛି ଏହାର ତୈଳ ଭଣ୍ଡାର ଜବତ କରିବା। ଇରାନ ଉପରେ ଡୋନାଲ୍ଡ ଟ୍ରମ୍ପଙ୍କ ଆକ୍ରମଣ ଏବଂ ଏହାର ପରିଣାମ ଉପରେ ଆଲୋଚନା କରିବା ସମୟରେ ଗ୍ରାହାମ ଏହି ବକ୍ତବ୍ୟ ଦେଇଥିଲେ। ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ଘନିଷ୍ଠ ଲିଣ୍ଡସେ ଗ୍ରାହାମ ଟେଲିଭିଜନରେ ଖୋଲାଖୋଲି କହିଥିଲେ ଯେ ଆମେରିକାର ନଜର ଇରାନର ତେଲ ଉପରେ ରହିଛି। ଏହା ଇରାନ ସମ୍ପଦ ଜବତ କରିବାକୁ ଆମେରିକାର ପ୍ରୟାସ ବିଷୟରେ ତେହେରାନର ଅଭିଯୋଗକୁ ଆହୁରି ଦୃଢ଼ କରୁଛି।

Leave A Reply

Your email address will not be published.