ଭୁବନେଶ୍ୱର: ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ପ୍ରାୟ ୨୪ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ପୋଲିସ ୨ ଛାତ୍ରଙ୍କୁ ଗିରଫ କରିଛି ।
ଗିରଫ ୨ ଛାତ୍ରଙ୍କ ମଧ୍ୟରୁ ଜଣେ ଡିପ୍ଲୋମା ପଢୁଥିବା ବେଳେ ଅନ୍ୟଜଣେ ଗ୍ରାଜୁଏଟ୍ ଛାତ୍ର ବୋଲି ପୋଲିସ ସୁତ୍ରରୁ ପ୍ରକାଶ ।
ସେହିପରି ସୋମବାର ଦିନ ସହରର ଅନ୍ୟ ଏକ ସ୍ଥାନରୁ କ୍ୱିକ୍ ଆକ୍ସନ ଟିମ୍ ଓ ପୋଲିସ ୩ ଜଣକୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୧୨୪ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି । ଏହାବ୍ୟତିତ ପ୍ରାୟ ନଗଦ ୧୦ ଲକ୍ଷ ଟଙ୍କା ଜବତ କରାଯାଇଛି ।
ତେବେ ବାଣୀବିହାର ଓ ସୈନିକ ସ୍କୁଲ୍ ମଧ୍ୟବର୍ତ୍ତୀ ଅଞ୍ଚଳରୁ ଡ୍ରଗ୍ସ ବିକୁଥିବା ବୁଦ୍ଧିଆ ଖାନ୍ ଓ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା ।
Comments are closed.