Latest Odisha News

BREAKING NEWS

Odisha Mobile Network: ଆଜି ବି ପହଞ୍ଚି ପାରିନାହିଁ ନେଟ୍‌ୱର୍କ…୧୨୩୭ ଗାଁରେ ମୋବାଇଲ୍‌ ସେବା ଠପ୍

ଭୁବନେଶ୍ବର: ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନାମୁତାବକ, ରାଜ୍ୟର ୧ ହଜାର ୨୩୭ ଗାଁରେ ପହଞ୍ଚିନି ମୋବାଇଲ୍ ନେଟୱର୍କ । ଏନେଇ ସେ ଗୃହରେ ସୂଚନା ଦେଇଛନ୍ତି । କୋରାପୁଟ ଜିଲ୍ଲାର ୮୮ଟି ଗାଁରେ ମୋବାଇଲ ସେବା ପ୍ରଦାନ ପାଇଁ ୭୬ଟି ଟାୱାର୍ ସ୍ଥାପନ କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି, ଲକ୍ଷ୍ୟ ରହିଛି -ଆସନ୍ତା ଜୁନ୍ ସୁଦ୍ଧା ସଂପୃକ୍ତ ଗାଁ ଗୁଡ଼ିକୁ ନେଟୱର୍କ ପ୍ରଦାନ । କେନ୍ଦ୍ର ସରକାରଙ୍କ DBN(Digital Bharat Nidhi) ଯୋଜନାରେ ୪ ହଜାର ୨୨୫ଟି ଟାୱାର ମଧ୍ୟରେ ୩ ହଜାର ୨୮୧ଟି କାର୍ଯ୍ୟକ୍ଷମ ହୋଇଛି । ବାକି ୯୪୪ଟି ଟାୱାର୍ ଜୁନ୍ ସୁଦ୍ଧା କାର୍ଯ୍ୟକ୍ଷମ କରାଯିବ ।

 

Leave A Reply

Your email address will not be published.