Latest Odisha News

BREAKING NEWS

ଜାତୀୟ ସଙ୍ଗୀତ ଗାୟନ ବିବାଦ ପରେ ଇରାନର ୫ ଖେଳାଳିଙ୍କୁ ମାନବୀୟ ଭିଜା ଦେଲା ଅଷ୍ଟ୍ରେଲିଆ

ସିଡନୀ: ଏସିଆନ କପ ଫୁଟବଲ ଟୁର୍ଣ୍ଣାମେଂଟରୁ ବାଦ ପଡିବା ପରେ ଇରାନ ମହିଳା ଟିମର ୫ଜଣ ଖେଳାଳିଙ୍କୁ ଅଷ୍ଟ୍ରେଲିଆ ପକ୍ଷରୁ ମାନବୀୟ ଭିଜା ପ୍ରଦାନ କରାଯାଇଛି । ସେମାନେ ଅଷ୍ଟ୍ରେଲିଆରେ ରହିପାରିବେ ବୋଲି ଗୃହମନ୍ତ୍ରୀ ଟୋନୀ ୱର୍କ କହିଛନ୍ତି । ପୋଲିସ ଖେଳାଳିମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦେଇଥଛି । ଦକ୍ଷିଣ କୋରିଆ ବିପକ୍ଷ ମ୍ୟାଚରେ ଇରାନର ଟିମ ଜାତୀୟ ସଙ୍ଗୀତ ଗାନ କରି ନ ଥିଲେ । ଏହା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଖେଳାଳିମାନଙ୍କୁ କଠୋର ଦଣ୍ଡ ଦେବା ପାଇଁ ମଧ୍ୟ ଦାବୀ ହୋଇଥିଲା ।

ଏହି ଦଳରେ ୨୬ ଖେଳାଳି ଓ ଷ୍ଟାଫ ଥିଲେ । ୫ଜଣ ଖେଳାଳି ଏଠାରେ ରହିବା ପାଇଁ ଶରଣ ମାଗିଥିଲେ ଏବଂ ଅଷ୍ଟ୍ରେଲିଆ ସରକାର ଏଥିନେଇ ସକରାତ୍ମକ ପଦକ୍ଷେପ ଗ୍ରହଣ କରିଛି । ଅନ୍ୟ ଖେଳାଳିମାନେ ଠିକ ଭାବେ ନିଷ୍ପତି ନେଇ ପାରୁ ନାହାନ୍ତି । ସେମାନଙ୍କ ପରିବାର ସଦସ୍ୟ ଇରାନରେ ରହୁଥିବାରୁ ସେମାନେ ଭୟ କରୁଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଖେଳାଳିମାନଙ୍କର ଆବଶ୍ୟକତା ହେଲେ ଶରଣ ପ୍ରଦାନ କରାଯିବ ।

Leave A Reply

Your email address will not be published.