ଢ଼ାକା: ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଏଠାରେ ଦିନିକିଆ କ୍ରିକେଟ ସିରିଜ ଆରମ୍ଭ ହୋଇଛି । ଏହି ମ୍ୟାଚରେ ପାକିସ୍ତାନ ଲଜ୍ଜାଜନକ ପରାଜୟବରଣ କରିଛି । ମାତ୍ର ୯୧ ବଲରେ ବାଂଲାଦେଶ ଏହି ମ୍ୟାଚକୁ ଜିତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୩୦.୪ ଓଭରରେ ୧୧୪ ରନ କରି ଅଲଆଉଟ ହୋଇ ଯାଇଥିଲା । ନାହିଦ ରାଣା ମାତ୍ର ୨୪ ରନରେ ୫ଟି ୱିକେଟ ଅକ୍ତିଆର କରିଥିଲେ । ମେହେଦୀ ହାସନ ମିରାଜ ୩ଟି ୱିକେଟ ନେଇଥିଲେ । ଜବାବରେ ୧୧୫ ରନର ଲକ୍ଷ୍ୟକୁ ବାଂଲାଦେଶ ୯୧ ବଲରେ ହାସଲ କରି ନେଇଥିଲଶ । ତାଜିଦ ହାସନ ୪୨ ବଲରେ ୬୭ ରନ କରିଥିଲେ ।
ବିଜୟ ସହ ବାଂଲାଦେଶ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ଆକର୍ଷଣୀୟ ବୋଲିଂ ପ୍ରଦର୍ଶନ ନେଇ ନାହିଦ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ପାକିସ୍ତାନ ପକ୍ଷରୁ ସାହେବଜାଦା ଫରହାନ ୨୭ ରନ କରିଥିଲେ । ପହୀମ ଅଶ୍ରଫ ଶେଷ ଭାଗରେ ୩୭ ରନ କରିବା ଯୋଗୁ ଦଳ ୧୦୦ ରନ ଅତିକ୍ରମ କରିପାରିଥିଲା । ଟି୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ କରିବା ପରେ ଏବେ ବାଂଲାଦେଶଠାରୁ ଶୋଚନୀୟ ଭାବେ ପରାଜିତ ହେବା ପାକିସ୍ତାନକୁ ବ୍ୟାକଫୁଟକୁ ଠେଲିଦେଇଛି ।
Comments are closed.