Latest Odisha News

BREAKING NEWS

Odisha Politics: ରାଜ୍ୟସଭା ନିର୍ବାଚନକୁ ନେଇ ଏମିତି କହିଲେ ବିଜେଡି ବିଧାୟିକା ସୁବାସିନୀ

ଭୁବନେଶ୍ବର: ଗତକାଲି ସ୍ବାମୀ ରବୀନ୍ଦ୍ର ଜେନା ବିଜେପିରେ ମିଶିବା ପରେ ରାଜ୍ୟସଭା ନିର୍ବାଚନକୁ ନେଇ ମୁହଁ ଖୋଲିଛନ୍ତି ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବାସିନୀ । ପ୍ରତିକ୍ରିୟାରେ କହିଲେ ମୋ ଭୋଟ କାହାକୁ ଦେବି ମୁଁ କାହିଁକି ଆପଣଙ୍କୁ ଜଣାଇବି । ବିଜେଡି ବିଧାୟିକା ସୁବାସିନୀ ଜେନା କହିଛନ୍ତି, ନବୀନ ମୋ ନେତା ଓ ମୁଁ ବିଜେଡି ସହ ଅଛି ।

ଆହୁରି କହିଛନ୍ତି, ମୁଁ ଜଣେ ଶୃଙ୍ଖଳିତ କର୍ମୀ ଓ ଦଳର ନିର୍ଦ୍ଦେଶ ଅନୁସାରେ କାମ କରିବି । ଦଳର ଶୃଙ୍ଖଳାରେ ବାନ୍ଧି ହୋଇ ରହିଛି । ଦଳ ଯାହା କହିବ ମାନିବି ।

ରାଜ୍ୟସଭା ନିର୍ବାଚନରେ କାହାକୁ ଭୋଟ ଦେବେ ପ୍ରଶ୍ନକୁ ସେ ଏଡାଇ ଦେଇଛନ୍ତି । ସିଧା କହିଛନ୍ତି କାହାକୁ ଭୋଟ ଦେବି କାହିଁକି କହିବି । ଆଜି ସୁବାସିନୀଙ୍କ ଏଭଳି କିଛି ମନ୍ତବ୍ୟ ଅଧିକ ସସପେନ୍ସ ବଢ଼ାଇଛି। ଏପରିକି ସ୍ବାମୀ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେପିରେ ମିଶିବା ପ୍ରସଙ୍ଗକୁ ଏଡ଼ାଇ ଦେଇଛନ୍ତି।

Leave A Reply

Your email address will not be published.