Latest Odisha News

BREAKING NEWS

ପଶ୍ଚିମବଙ୍ଗ ବିଧାନସଭାରେ ପାରିତ ହେଲା ସିଏଏ ବିରୋଧୀ ପ୍ରସ୍ତାବ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ଆଜି ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ପ୍ରସ୍ତାବ ପାରିତ କରାଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି କି, ନାଗରିକତା ସଂଶୋଧନ ଆଇନ ଲୋକ ବିରୋଧୀ ଓ ଏହାକୁ ଅତିଶୀଘ୍ର ରଦ୍ଦ କରିଦିଆଯିବା ଉଚିତ୍ ।

ଏହି ପ୍ରସ୍ତାବକୁ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ କଂଗ୍ରେସ, ସିପିଆଇ(ଏମ୍‌) ଓ ବାମପନ୍ଥୀ ଦଳ ସମର୍ଥନ ଜଣାଇଥିବାବେଳେ ବିଜେପି ଦଳ ବିରୋଧ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଶରଣାର୍ଥୀଙ୍କ ସହାୟତା ପାଇଁ ଧନ୍ୟବାଦ ଜଣାଇଥିଲେ ।

ପଶ୍ଚିମବଙ୍ଗ ପୂର୍ବରୁ କେରଳ, ରାଜସ୍ଥାନ ଓ ପଞ୍ଜାବରେ ମଧ୍ୟ ସିଏଏ ବିରୋଧୀ ପ୍ରସ୍ତାବ ପାରିତ ହୋଇସାରିଛି । ରାଜସ୍ଥାନ ବିଧାନସଭାରେ ୨୫ ଜାନୁୟାରୀ, କେରଳ ବିଧାନସଭାରେ ୩୧ ଡିସେମ୍ବର ୨୦୧୯ ଓ ପଞ୍ଜାବରେ ୧୭ ଜାନୁୟାରୀରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରସ୍ତାବ ପାରିତ ହୋଇଯାଇଛି ।

ଏହି ପ୍ରସଙ୍ଗରେ ବିଧାନସଭାରେ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଥିଲେ କି, “ଏହି ଆଇନକୁ କେବଳ ଅଳ୍ପସଂଖ୍ୟକ ବର୍ଗ ବିରୋଧ କରୁନାହାନ୍ତି । ଆମର ହିନ୍ଦୁ ଭାଇ ଭଉଣୀ ମଧ୍ୟ ଏହା ବିରୋଧରେ ଆଗକୁ ଆସିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି । ପଶ୍ଚିମବଙ୍ଗରେ ସିଏଏ, ଏନପିଆର ଓ ଏନଆରସିକୁ ଅନୁମତି ଦିଆଯିବନି । ଆମେ ଏହା ବିରୋଧରେ ଶାନ୍ତିର ସହ ଲଢ଼ିବୁ ।”

Comments are closed.