ଦେବଗଡ଼: ଦେବଗଡ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଗରିଆପାଲି ଗାଁର ବହୁଚର୍ଚ୍ଚିତ ଟ୍ରିପଲ୍ ମର୍ଡର ଘଟଣା । ଗିରଫ ହେଲା ଅଭିଯୁକ୍ତ ରମେଶ ଗରିଆ (୫୨) । ଅଭିଯୁକ୍ତ ଜଣକ ଗାଁ ନିକଟସ୍ଥ ଏକ ପାଣିଟାଙ୍କି ଉପରେ ଲୁଚିଥିବା ଅବସ୍ଥାରେ ତାକୁ ଗିରଫ କରିଛି ପୋଲିସ ।
ଗତ ବୁଧବାର ବିଳମ୍ବିତ ରାତିରେ ରମେଶ ସ୍ତ୍ରୀ ଗୁଲଗରିଆ (୪୨), ବୋହୂ ଲିପି ମହାକୁଳ (୨୪) ଓ ନାତୁଣୀ ଇଶାନୀ ଗରିଆ (୪)ଙ୍କୁ ହାଣି ହତ୍ୟା କରିଥିଲା । ଏବଂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ରମେଶଙ୍କ ପୁଅ ଏନେଇ ଲିଖିତ ଅଭିଯୋଗ କରିଥିଲେ ।
ଆଜି ଗାଁ ନିକଟସ୍ଥ ଏକ ପାଣିଟାଙ୍କି ଉପରେ ରମେଶ ଲୁଚିଥିଲା । ଖବର ପାଇ ଘଟଣା ସ୍ଥଳକୁ ପୋଲିସ ଓ ଦମକଳବାହିନୀ ପହଞ୍ଚିଥିଲେ । ପାଣି ପ୍ରକଳ୍ପ ଉପରକୁ ଯାଇ ଉଦ୍ଧାର କରିଥିଲେ । ପରେ କୁଣ୍ଢେଇଗୋଳା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।