Latest Odisha News

BREAKING NEWS

ଖେଳାଳିଙ୍କ ଉପରେ ଲଗାଯାଇଥିବା ଜରିମାନା ଖବରକୁ ଖଣ୍ଡନ କଲା ପିସିବି

କରାଚୀ: ଟି୨୦ ବିଶ୍ୱକପରେ ପାକିସ୍ତାନ କ୍ରିକେଟ ଟିମ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଏହା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ରାଗିକରି ଖେଳାଳିମାନଙ୍କ ଉପରେ ୫୦ ଲକ୍ଷ ଟଙ୍କା ଜରିମାନା ଲଗାଇଥିବା ଖବର ପ୍ରକାଶ ପାଇଥିଲା । ତେବେ ଏହି ଖବରକୁ ପାକିସ୍ତାନ କ୍ରିକେଟ ବୋର୍ଡ ଖଣ୍ଡନ କରିଛି । ଖେଳାଳିଙ୍କ ଉପରେ କୌଣସି ପ୍ରକାରର ଜରିମାନା ଲଗାଯାଇ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ଖେଳାଳିମାନଙ୍କ ପାଇଁ ଏକ ନୂତନ ଫର୍ମୂଲା ଲାଗୁ କରିବା ପାଇଁ ବିଚାର କରାଯାଉଛି ।

ପିସିବି ଖେଳାଳିମାନଙ୍କ ସେଂଟ୍ରାଲ କଂଟ୍ରାକ୍ଟର ବ୍ୟବସ୍ଥା କରିଛି । ଏହା ମାଧ୍ୟରେ ଏ, ବି, ସି ଓ ଡି କାଟାଗୋରୀ ମାଧ୍ୟମରେ ଖେଳାଳିମାନଙ୍କୁ ଯଥାକ୍ରମେ ୬୫, ୪୫, ୨୦ ଓ ୧୨.୫୦ ଲକ୍ଷ ଟଙ୍କା ବର୍ଷକୁ ପ୍ରଦାନ କରାଯାଇଥାଏ । ଟି୨୦ ବିଶ୍ୱକପରେ ପାକିସ୍ତାନ ବହୂତ କଷ୍ଟରେ ସୁପର ଏଇଟରେ ପ୍ରବେଶ କରିଥିଲା । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ବର୍ଷା ଯୋଗୁ ଧୋଇ ହୋଇ ଯାଇଥିବା ବେଳେ ଇଂଲଣ୍ଡ ନିକଟରୁ ପରାଜିତ ହୋଇଥିଲା । ଶ୍ରୀଲଙ୍କା ବିପକ୍ଷରେ ବିଜୟ ହାସଲ କରିଥିଲେ ମଧ୍ୟ ସେମିଫାଇନାଲ ପ୍ରବେଶ ପାଇଁ ଆବଶ୍ୟକ ରନରେଟ ସଂଗ୍ରହ କରିପାରି ନଥିଲା ।

Leave A Reply

Your email address will not be published.