ଭୁବନେଶ୍ବର:ଦୁଇ ବିଧାୟକଙ୍କୁ ସୋ କଜ ନୋଟିସ । ବାଲିଗୁଡା ବିଧାୟକ ଚକ୍ରମଣୀ କହଁର ଓ ଜୟଦେବ ବିଧାୟକ ନବକିଶୋର ମଲ୍ଲିକଙ୍କ ନାଁରେ କାରଣ ଦର୍ଶାଅ ନୋଟିସ ଜାରି । ସୋ କଜ୍ ନୋଟିସ୍ କଲେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ୍ । ଦଳୀୟ ହ୍ବିପ ସତ୍ତ୍ବେ ନବୀନ ନିବାସରେ ଗତ ତିନିଦିନ ଧରି ହୋଇଥିବା ବୈଠକରେ ଅନୁପସ୍ଥିତ ଥିବାରୁ ନୋଟିସ ଜାରି ହୋଇଛି ।
ଆଜି ରାତି ୯ ଭିତରେ ନବୀନ ନିବାସକୁ ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଥିଲା ।
ସୂଚନାଥାଉକି, ଦଳୀୟ ହ୍ବିପ୍ ପରେ ବି ୩ ଦିନ ହେଲା ଅନୁପସ୍ଥିତ ରହିଥିଲେ ଦୁଇ ବିଧାୟକ। ଯାହା ଜଣାପଡିଛି ଏମାନେ ଦଳୀୟ ଯୋଗାଯୋଗରେ ନାହାନ୍ତି।
ସେହିପରି ମୋହନା ବିଧାୟକ ଦାଶରଥୀ ଗମାଙ୍ଗଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ପିସିସି ଶୃଙ୍ଖଳା କମିଟି । ଦଳୀୟ ଶୃଙ୍ଖଳା ଅବମାନନା ନେଇ ଦାଶରଥୀ ଗମାଙ୍ଗଙ୍କୁ ନୋଟିସ୍ ହୋଇଛି । ସୋମବାର ସକାଳ ୯ ସନ୍ଧ୍ୟା ସୁଦ୍ଧା ଦଳୀୟ କାର୍ଯ୍ୟାଳୟରେ ହାଜର ହେବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି।