LPG Tanker Shivalik: ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଏଲପିଜି କାର୍ଗୋ ଜାହାଜ ‘ଶିବାଲିକ୍; ମଙ୍ଗଳବାର ଆଉ ଏକ ଜାହାଜ ପହଞ୍ଚିବ
ନୂଆଦିଲ୍ଲୀ:ଦେଶବ୍ୟାପୀ ଏଲପିଜି ସିଲିଣ୍ଡରର ଅଭାବ ମଧ୍ୟରେ,ଦେଶବାସୀଙ୍କ ପାଇଁ ଏକ ଖୁସି ଖବର । ଏଲପିଜି କାର୍ଗୋ ଜାହାଜ ଶିବାଲିକ୍ ୪୫,୦୦୦ ମେଟ୍ରିକ୍ ଟନ୍LPG ନେଇ ପହଞ୍ଚିଛି। ମଧ୍ୟପ୍ରାଚ୍ୟର ଯୁଦ୍ଧ ଭୂଇଁରୁ ଗ୍ୟାସ୍ ଧରି ଭାରତ ଉପକୂଳରେ ପହଞ୍ଚିଛି ଭାରତୀୟ ଜାହାଜ ଶିବାଲିକ୍। ହର୍ମୁଜରୁ ୪୫ ହଜାର ମେଟ୍ରିକ୍ ଟନରୁ ଅଧିକ LPG ଧରି ଆଜି ଗୁଜୁରାଟ ଉପକୂଳ ମୁନ୍ଦ୍ରା ବନ୍ଦରରେ ଜାହାଜ ଶିବାଲିକ୍ ପହଞ୍ଚିଛି।
ଜାହାଜ ଚଳାଚଳ ମନ୍ତ୍ରଣାଳୟ ଏକ ସାମ୍ବାଦିକ ସମ୍ମିଳନୀରେ ଜାହାଜ ବିଷୟରେ ସୂଚନା ପ୍ରଦାନ କରିଛି।
ସେ ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ବିଶେଷକରି ହୋର୍ମୁଜ୍ ପ୍ରଣାଳୀରେ ଫସି ରହିଥିବା ଜାହାଜ ବିଷୟରେ ସୂଚନା ମଧ୍ୟ ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ହୋର୍ମୁଜ୍ ପ୍ରଣାଳୀର ପଶ୍ଚିମରେ ୨୨ଟି ଜାହାଜ ଫସି ରହିଛି। ୟୁଏଇରୁ ଅଶୋଧିତ ତୈଳ ନେଇ ବାହାରିଥିବା “ଜଗ୍ ଲାଡକି” ଜାହାଜ ମଧ୍ୟ ସୁରକ୍ଷିତ ଭାବରେ ଭାରତ ଅଭିମୁଖେ ଆସୁଛି। ଏହା ଆସନ୍ତାକାଲି ମୁନ୍ଦ୍ରା ବନ୍ଦରରେ ପହଞ୍ଚିବ। ଏଲପିଜି ବହନ କରୁଥିବା ଭାରତୀୟ ଜାହାଜ ନନ୍ଦା ଦେବୀ ଆସନ୍ତାକାଲି କାଣ୍ଡଲା ବନ୍ଦରରେ ପହଞ୍ଚିବ। ନନ୍ଦା ଦେବୀ ଜାହାଜରେ ପ୍ରାୟ ମେଟ୍ରିକ୍ ଟନ୍ ୪୭,୭୦୦ ଏଲପିଜି ରହିଛି ।
ଏଥିସହ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଇରାନରୁ ୫୫୦ ଜଣ ନାଗରିକଙ୍କୁ ଉଦ୍ଧାର କରାଯାଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ସ୍ଥଳ ସୀମା ଦେଇ ୫୫୦ ଜଣ ଭାରତୀୟ ଇରାନରୁ ଆର୍ମେନିଆ ଯାଇଛନ୍ତି। ଏମାନଙ୍କ ମଧ୍ୟରୁ ୨୩୪ ଜଣ ଧାର୍ମିକ ତୀର୍ଥଯାତ୍ରାରେ ଥିଲେ। ୯୦ ଜଣ ଅଜରବାଇଜାନ ଦେଇ ଭାରତକୁ ଫେରୁଛନ୍ତି। ତେହେରାନରେ ଥିବା ଆମର ଦୂତାବାସ ସେମାନଙ୍କ ଗତିବିଧିକୁ ସହଜ କରିଥିଲା। ସେମାନଙ୍କୁ ଭିସା ଏବଂ ଆବଶ୍ୟକୀୟ ପ୍ରବାସନ ଔପଚାରିକତାରେ ସାହାଯ୍ୟ କରିଥିଲେ। ସମସ୍ତ ଅସୁବିଧା ସତ୍ତ୍ୱେ, ତେହେରାନରେ ଥିବା ଆମର ଦୂତାବାସ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟ କରୁଛି। ଗତ କିଛି ଦିନ ମଧ୍ୟରେ, ସେମାନେ ତେହେରାନ ବାହାରର ଛାତ୍ରମାନଙ୍କୁ ସେମାନଙ୍କ ପାଇଁ ସୁରକ୍ଷିତ ସହରଗୁଡ଼ିକୁ ସ୍ଥାନାନ୍ତରିତ କରିବାରେ ମଧ୍ୟ ସକ୍ଷମ ହୋଇଛନ୍ତି।”
ଏହି ସମୟରେ ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ (ଗଲ୍ଫ) ଅସୀମ ମହାଜନ କହିଛନ୍ତି, “ଏହି ଅଞ୍ଚଳରୁ କୋଡିଏ ହଜାର ଯାତ୍ରୀ ଭାରତ ଫେରିଛନ୍ତି। ସାଉଦି ଆରବରେ, ବିଭିନ୍ନ ବିମାନବନ୍ଦରରୁ ଭାରତର ବିଭିନ୍ନ ସ୍ଥାନକୁ ବିମାନ ଚଳାଚଳ କରୁଛି।”