Latest Odisha News

BREAKING NEWS

ଆଗମୀ ୩ ଘଣ୍ଟା ପାଇଁ କାଳବୈଶୀ ସତର୍କତା, ଏହି ସବୁ ଜିଲ୍ଲାକୁ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କାଳବୈଶାଖୀ। ଏଣୁ ଗତ ୩ ଦିନ ହେବ ତାପମାତ୍ରାରେ ସାମାନ୍ୟ ବ୍ରେକ୍ ଲାଗିଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବହୁ ସ୍ଥାନରେ ପାଗ ମେଘୁଆ ରହୁଛି। କିଛି ସ୍ଥାନରେ କାଁ ଭାଁ ବର୍ଷା ବି ହେଉଛି। ଆଗକୁ ତାତି ଆହୁରି କମିପାରେ। ଆସନ୍ତା ୩-୪ ଦିନ ପରେ ଦିନ ତାପମାତ୍ରା ଆହୁରି ୩ରୁ ୪ ଡିଗ୍ରୀ କମିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପଟେ ରାଜ୍ୟର ୬ ଜିଲ୍ଲାକୁ ଝଡ଼ବର୍ଷା ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ।

ସେହିପରି ଆଜି କାଳବୈଶାଖୀକୁ ନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହି ଜିଲ୍ଲା ଗୁଡିକ ହେଉଛି ମୟୂରଭଞ୍ଜ, ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ନୂଆପଡା, ବରଗଡ, ବଲାଙ୍ଗୀର, ସୋନପୁର, ସମ୍ୱଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ବାଲେଶ୍ୱର। ଏହି ସବୁ ଜିଲ୍ଲାରେ ଆଗାମୀ କିଛି ଘଣ୍ଟା ମଧ୍ୟରେ ବିଜୁଳି, ଘଡଘଡି ସହ ଝଡବର୍ଷା ହେବାର ସମ୍ଭାବନା ରହିଛି। ପବନର ବେଗ ୩୦-୪୦ କିମି ରହିବ। ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ତେଣୁ ସାଧାରଣ ଲୋକଙ୍କୁ ନିରାପଦ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

ବୁଧବାର ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇପାରେ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ଝଡ଼ବର୍ଷା ହୋଇପାରେ। ୧୯ ତାରିଖ(ଗୁରୁବାର) ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ୨୦ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସବୁ ସ୍ଥାନରେ କୁଆପଥର ସହ ବର୍ଷା ସହିତ ୫୦ରୁ ୬୦ କିମି ବେଗରେ ପବନ ବହିପାରେ ।

ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ୪୦ରୁ ୫୦ କିମି ବେଗରେ ପବନ ଓ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨୧ ତାରିଖରେ ମୟୂରଭଞ୍ଜ କେନ୍ଦୁଝର ଓ ବାଲେଶ୍ୱରରେ ଝଡ଼ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ମଙ୍ଗଳବାର ଦାରିଙ୍ଗବାଡ଼ିରେ ୨୯ମିମି ବର୍ଷା ହୋଇଛି । ନୂଆପଡ଼ାରେ ୨୦.୬ ମିମି ବର୍ଷା ହୋଇଛି । ସୋନପୁରରେ ଦିନ ତାପମାତ୍ରା ସର୍ବାଧିକ ୩୬.୬, ବଲାଙ୍ଗୀରରେ ୩୬.୩, ସମ୍ବଲପୁରରେ ୩୬.୧, ଭବାନୀପାଟଣା ଓ ଟିଟିଲାଗଡ଼ରେ ୩୬ ମିମି ବର୍ଷା ହୋଇଛି।

Leave A Reply

Your email address will not be published.