Latest Odisha News

BREAKING NEWS

Biju Naveen Inspirational Foundation: ବିଜୁ-ନବୀନ ଟ୍ରଷ୍ଟକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ;କହିଲେ- ଓଡ଼ିଶାବାସୀଙ୍କ ହିତ ପାଇଁ…

ଭୁବନେଶ୍ବର: ବିଜୁ-ନବୀନ ଇନ୍ସପିରେସନାଲ୍ ଫାଉଣ୍ଡେସନ ନେଇ ମୁହଁ ଖୋଲିଲେ ନବୀନ। ଟ୍ରଷ୍ଟ ଗଠନ ନେଇ ସ୍ପଷ୍ଟୀକରଣ ରଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଜୁ ବାବୁ ବିଭିନ୍ନ କାମ ପାଇଁ ପରିଚୟ ଲାଭ କରିଥିଲେ । ସାମାଜିକ କାର୍ଯ୍ୟକ୍ରମ ଓ ଦାନ ଧର୍ମ ପାଇଁ ସେ ପରିଚିତ ଥିଲେ । ଏ କଥା ସମସ୍ତେ ଜାଣିଛନ୍ତି । ବିଜୁ ବାବୁ ପ୍ୟାରିସରେ ପାଇଥିବା କଳିଙ୍ଗ ୟୁନେସ୍କୋ ପୁରସ୍କାର ଦାନ କରି ଦେଇଥିଲେ । ୩୦ ବର୍ଷ ବୟସରେ ବିଜ୍ଞାନର ବିକାଶ ଓ ଲୋକପ୍ରିୟତା ପାଇଁ ଉକ୍ତ ପୁରସ୍କାର ସେ ପ୍ରଦାନ କରିଥିଲେ । ଜୀବନରେ ସେ ଆହୁରି ଅନେକ ଭଲ କାମ କରିଛନ୍ତି । ମୋ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଓ ବଡ଼ ଭଉଣୀ ସ୍ବର୍ଗତ ଗୀତା ମେହେଟ୍ଟା କଟକରେ ଥିବା ଆମ ପାରିବାରିକ ଘର ଆନନ୍ଦ ଭବନକୁ ଜନସାଧାରଣଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରିଛନ୍ତି । ଜନସାଧାରଣଙ୍କ ବ୍ୟବହାର କାର୍ଯ୍ୟରେ ଏହା ଲାଗୁଛି ।

ଆହୁରି ମଧ୍ୟ କହିଛନ୍ତି, ବେକ ଅସ୍ତ୍ରୋପଚାର ପାଇଁ ମୁମ୍ବାଇ ଯିବା ପୂର୍ବରୁ ଦିଲ୍ଲୀ ଯାଇଥିଲି । ଓକିଲ ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ସହ ଦେଖା ସାକ୍ଷାତ କରିଥିଲି। ତାପରେ ଟ୍ରଷ୍ଟ କରିବା ପାଇଁ ନିଷ୍ପତ୍ତି ନେଇଥିଲି। ଗୁରୁତର ବେକ ଅପରେସନ ପୂର୍ବରୁ ବିଜୁ ବାବୁଙ୍କ ନାଁରେ ଓଡ଼ିଶାବାସୀଙ୍କ ପାଇଁ ଟ୍ରଷ୍ଟ ଖୋଲିବାକୁ ନିଷ୍ପତ୍ତି ନେଇଥିଲି। ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ମୋ ନିଜ ପାଣ୍ଠିରୁ ଏକ ଲକ୍ଷ ଟଙ୍କାର ଛୋଟ ଅର୍ଥ ରାଶିରୁ ଟ୍ରଷ୍ଟ ଆରମ୍ଭ କରିଛି । ଏହି ଫଣ୍ଡରେ ବିଜେଡି କିମ୍ବା ଅନ୍ୟ କିଛି ଫଣ୍ଡ ନାହିଁ। ବିଜେଡି କିମ୍ବା ଦଳୀୟ ପାଣ୍ଠି ସହ ଏହାର କିଛି ସମ୍ପର୍କ ନାହିଁ ।କିଛି ଗଣମାଧ୍ୟମରେ ନକରାତ୍ମକ କାହାଣୀ ହେଉଥିବାରୁ ମୁଁ ଏହି ସ୍ପଷ୍ଟୀକରଣ ରଖୁଛି ।

Leave A Reply

Your email address will not be published.