Latest Odisha News

BREAKING NEWS

୫.୫୬ କୋଟି ଟଙ୍କା ପେନସନ ଠକେଇ ମାମଲା: ପ୍ରଦୀପ ମହାନ୍ତିଙ୍କ ପରିବାର ଗିରଫ

ଭୁବନେଶ୍ୱର: ୫.୫୬ କୋଟି ଟଙ୍କାର ସରକାରୀ ପାଣ୍ଠି ହେରଫେର ମାମଲାରେ ଗୁରୁବାର ଦିନ ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ସଫଳତା ହାସଲ କରିଛି। ମୁଖ୍ୟ ଅଭିଯୁକ୍ତ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ମହାନ୍ତି ଏବଂ ତାଙ୍କ ପତ୍ନୀ ଗୀତାରାଣୀ ମହାନ୍ତିଙ୍କୁ ଗିରଫ କରାଯାଇଛି। କୋରେଇ ଶିକ୍ଷା ବିଭାଗରେ ୫.୫୬ କୋଟି ଠକେଇ ମାମଲାରେ ପ୍ରଦୀପ ମହାନ୍ତିଙ୍କ ପରିବାର ଗିରଫ ହୋଇଛନ୍ତି। ବାପ, ପୁଅ ଗିରଫ ପରେ ପତ୍ନୀ ଗିତାରାଣୀ ଫେରାର ଥିଲେ। ପ୍ରଥମେ କୋଲକାତାକୁ ପଳାଇଥିଲେ ଗିତାରାଣୀ। ସେଠାରୁ ଫେରି ଭଦ୍ରକ ଚରମ୍ପାର ଏକ ହୋଟେଲରେ ଥିଲେ। ଆଜି ଭୋର ସମୟରେ ଗିତାରାଣୀଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ଆଜି ତାଙ୍କୁ କୋର୍ଟ ଚାଲାଣ କରିବ ବୋଲି ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ ଜେଠୱା ଦେଇଛନ୍ତି ସୂଚନା।

ଯାଜପୁର ଜିଲ୍ଲା କୋରେଇ ଶିକ୍ଷା ବିଭାଗରେ ହୋଇଥିବା ବଡ଼ଧରଣର ଆର୍ଥିକ ଅନିୟମିତତା ମାମଲାରେ ଭଦ୍ରକ ଜନା ସ୍ମଲ୍ ଫାଇନାନ୍ସର ଶାଖା ପ୍ରବନ୍ଧକ ମାତୃପ୍ରସାଦ ମହାନ୍ତିଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ମାତୃପ୍ରସାଦ ଆର୍ଥିକ ଅନିୟମିତତାର ମୁଖ୍ୟ ଅଭିଯୁକ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ ମହାନ୍ତିଙ୍କ ପୁଅ। ୨୦୧୮ରୁ ୨୦୨୪ ମଧ୍ୟରେ କୋରେଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ୧୩ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ ଆଇଡି ହ୍ୟାକ୍ କରି ୫ କୋଟି ୫୬ ଲକ୍ଷ ୧୧ ହଜାର ୪୯୫ ଟଙ୍କା ଅନ୍‌ଲାଇନ୍‌ରେ ଟ୍ରାନ୍ସଫର ହୋଇଥିଲା । ବାପା-ପୁଅ ଯୋଡ଼ି ଯୋଜନାବଦ୍ଧ ଭାବେ ଏହି ଟଙ୍କା ହପଡ଼ରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା ।

ଭିଜିଲାନ୍ସ ସୂଚନା ମୁତାବକ, ବାପା ପ୍ରଦୀପଙ୍କ ସହ ମିଶି ଅଭିଯୁକ୍ତ ମାତୃପ୍ରସାଦ ଏହି ଚଞ୍ଚକତା କରିଥିଲେ । ପ୍ରଧାନଶିକ୍ଷକ ଭାବେ ଅବସର ଗ୍ରହଣ କରିବା ପରେ ପ୍ରଦୀପ କୋରେଇ ବିଇଓ କାର୍ଯ୍ୟାଳୟରେ ପୁନଃ ନିଯୁକ୍ତ ହୋଇଥିଲେ । ଏହି ସମୟରେ ସେ ୧୩ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ ଆଇଡିର ଅପବ୍ୟବହାର କରି ସେମାନଙ୍କୁ କାର୍ଯ୍ୟରତ ବୋଲି ଭୁଲ୍ ରେକର୍ଡ ସୃଷ୍ଟି କରିଥିଲେ । ସେମାନଙ୍କ ନାମରେ ପ୍ରତିମାସ ପେନ୍ସନ୍ ବିଲ୍ ପ୍ରସ୍ତୁତ କରି ଟଙ୍କା ଉଠାଯାଉଥିଲା । ଏହି ଟଙ୍କାକୁ ପୁଅ ମାତୃପ୍ରସାଦ ଓ ପରିବାରର ଅନ୍ୟ ସଦସ୍ୟଙ୍କ ଆକାଉଣ୍ଟକୁ ପଠାଉଥିଲେ । ୨୦୧୮ ନଭେମ୍ବରରୁ ୨୦୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରାୟ ୬ ବର୍ଷ ଧରି ଏଭଳି ଢଙ୍ଗରେ ଅର୍ଥ ହଡ଼ପ ଚାଲିଥିଲା ।

Leave A Reply

Your email address will not be published.