Latest Odisha News

BREAKING NEWS

ବ୍ରେନ ଡେଡ ପତିଙ୍କ ଶୁକ୍ରାଣୁ ସୁରକ୍ଷିତ ରଖିପାରିବେ ପତ୍ନୀ

ନୂଆଦିଲ୍ଲୀ: କେରଳ ହାଇକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ କରିଛି । ଜଣେ ମହିଳା ତାଙ୍କ ପତିଙ୍କ ଶୁକ୍ରାଣୁ ସୁରକ୍ଷିତ ରଖିବା ପାଇଁ ଆବେଦନ କରିଥିଲେ । ତାଙ୍କ ପତିଙ୍କ ବ୍ରେନ ଡେଡ ହୋଇଛି । ହାଇକୋର୍ଟ ଏହାର ଶୁଣାଣୀ କରି କହିଛନ୍ତି ଯେ, ମାନ୍ୟତାପ୍ରାପ୍ତ ଆସିଷ୍ଟେଡ ରିପ୍ରଡକ୍ଟିଭ ଟେକ୍ନୋଲୋଜି କ୍ଲିନିକ ମାଧ୍ୟମରେ ପ୍ରଜନନ କୋଶିକାଙ୍କୁ ବାହାର କରିବା ସହ ସୁରକ୍ଷିତ ଭାବେ ଫ୍ରିଜିଂ କରାଯାଉ । ଆବେଦନକାରୀ ମହିଳାଙ୍କ ଅନୁସାରେ ତାଙ୍କ ପତି ଚିକନପକ୍ସରେ ଆକ୍ରାନ୍ତ ହୋଇଥିଲେ । ପରେ ଏକ୍ସଟେନ୍ସିଭ ସେରେବେଲ ଭିନିସ ଥ୍ରୋମ୍ବୋସିସି ପରି ଗମ୍ଭୀର ସମସ୍ୟା ପଡି ଯାଇଥିଲେ । ପରେ ତାଙ୍କ ବ୍ରେନ ଡେଡ ବୋଲି ଘୋଷିତ କରାଯାଇଥିଲା ।

ଏବେ ସେ ଭେଂଟିଲେଟରରେ ଅଛନ୍ତି । ପତି ଏ ନେଇ ଲିଖିତ ଭାବେ କୌଣସି ଅନୁମତି ଦେବା ସ୍ଥିତିରେ ନ ଥିବାରୁ ମାନ୍ୟବର କୋର୍ଟ ନିଷ୍ପତି ନିଅନ୍ତୁ ବୋଲି ଅନୁରୋଧ କରିଥିଲେ । ଏବେ କୋର୍ଟ ତାଙ୍କୁ ଅନୁମତି ପ୍ରଦାନ କରିଛନ୍ତି । ମହିଳାଜଣଙ୍କ ଆଇଭିଏଫ ଏବଂ ଅନ୍ୟ ପ୍ରକ୍ରିୟା ମାଧ୍ୟମରେ ଗର୍ଭଧାରଣ କରିପାରିବେ ବୋଲି ହାଇକୋର୍ଟ ଅନୁମତି ଦେଇଛନ୍ତି । ୭ ଏପ୍ରିଲ ୨୦୨୬ରେ ଏ ସମ୍ପର୍କରେ ପୂନର୍ବାର ଶୁଣାଣୀ ହେବ । ଏହା ଏକ ଐତିହାସିକ ନିଷ୍ପତି ଭାବେ ଗଣତି କରାଯାଉଛି ।

Leave A Reply

Your email address will not be published.