Latest Odisha News

BREAKING NEWS

ବୋଟ୍‌ରୁ ମାଛ ବାହାର କରିବା ବେଳେ ଅଘଟଣ; ନିର୍ଗତ ହେଲା ବିଷାକ୍ତ ଗ୍ୟାସ, ୨ମୃତ

ବାଲେଶ୍ବର:ବୋଟ୍ ମଧ୍ୟରୁ ମାଛ ବାହାର କରିବା ବେଳେ ଅଘଟଣ । ବୋଟରୁ ବିଷାକ୍ତ ଗ୍ୟାସ ନିର୍ଗତ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି । ବାଲେଶ୍ଵର ଜିଲ୍ଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏହି ଅଭାବନୀୟ ଘଟଣା ଘଟିଛି ।

ବାଲେଶ୍ୱର ଜିଲ୍ଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ି ନିକଟରେ ବୋଟ ମଧ୍ୟରୁ ମାଛ ବାହାର କରାଯାଉଥିଲା। ସେହି ସମୟରେ ବୋଟରେ ଥିବା ଚ୍ୟାମ୍ବରରେ ବିଷାକ୍ତ ଗ୍ୟାସ ନିର୍ଗତ ହୋଇଥିବା ଅନୁମାନ କରାଯାଇଛି । ଏଥିରେ ୨ ଜଣ ଶ୍ବାସରୁଦ୍ଧ ହୋଇ ଅଚେତ ହୋଇପଡିଥିଲେ।

ଉଭୟଙ୍କୁ ତୁରନ୍ତ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ମାଛକୁ ସତେଜ ରଖିବା ପାଇଁ ବ୍ୟବହୃତ ଗ୍ୟାସ୍ ନିର୍ଗତରୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.