ଭୁବନେଶ୍ୱର: ୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ । ଏବେବି ୧ ଲକ୍ଷ ୬୩ ହଜାର ଚାଷୀ ପଞ୍ଜିକରଣ କରି ଧାନ ବିକିବାକୁ ଅପେକ୍ଷାରେ ଅଛନ୍ତି । ବିଧାନସଭାରେ ଲିଖିତ ଉତ୍ତର ରଖି ଯୋଗାଣ ମନ୍ତ୍ରୀ କହିଛନ୍ତି ୧୯ ଲକ୍ଷ ୨୪ ହଜାର ପଞ୍ଜିକୃତ ଯୋଗ୍ୟ ବିବେଚିତ ଚାଷୀଙ୍କ ଠାରୁ ଧାନ କ୍ରୟ ନିମନ୍ତେ ଟୋକନ ପ୍ରଦାନ କରାଯାଇଛି ତନ୍ମଧ୍ୟରୁ ୧୭ ଲକ୍ଷ ୬୧ ହଜାର ପଞ୍ଜିକୃତ ଚାଷୀ ଧାନ ବିକ୍ରି କରିଛନ୍ତି ।
ସେହିପରି ମନ୍ତ୍ରୀ ଆହୁରି କହିଛନ୍ତି ଚଳିତ ଧାନ ସଂଗ୍ରହ ବର୍ଷ 2025-26 ଖରିଫ ଋତୁରେ ପଞ୍ଜିକୃତ ଯୋଗ୍ୟ ବିବେଚିତ ଚାଷୀଙ୍କ ଠାରୁ ପ୍ରାୟ 73 ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ ଧାର୍ଯ୍ୟ ରଖାଯାଇଅଛି। ବର୍ତ୍ତମାନ ସୁଦ୍ଧା ୭୩ ଲକ୍ଷ ୫୧ ହଜାର ୬୫୦ ମେଟ୍ରିକ ଟନ ଧାନ ସରକାର କିଣିଥିବା ବେଳେ ୭୨ ଲକ୍ଷ ୯୯ ହଜାର ୫୪ ମେଟ୍ରିକ ଟନ ଧାନ ଉଠାଇଛନ୍ତି ।
BREAKING NEWS
- ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ରାଜରାଜେଶ୍ୱରୀ ବେଶ, ଦର୍ଶନ ପାଇଁ ପ୍ରବଳ ଭିଡ
- ଅପେକ୍ଷାର ଦିନ ଅନ୍ତ: ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
- BJP MP’s Controversial Remark: ୩ ମାସ କାମ କରି ୯ ମାସ ତାସ୍ ଖେଳୁଛନ୍ତି ଚାଷୀ! ବିଜେପି ସାଂସଦଙ୍କ ବୟାନକୁ ନେଇ ବିବାଦ
- ମାଲାୟଲମ ସିନେମାଟୋଗ୍ରାଫର ଶାଜି କୁମାରଙ୍କ ଦେହାନ୍ତ, ସୁଟିଂ ସମୟରେ ହୋଇଥିଲେ ଅସୁସ୍ଥ
- ଚାଲି ଚାଲି ବାଂଲାଦେଶ ଯିବେ ଶେଖ୍ ହାସିନା, ଚାଲିଛି ଗୁପ୍ତ ଯୋଜନା
- ‘ମୁହାଁମୁହିଁ ଦେଖାହେଲେ ଚାହାଁନ୍ତି ନାହିଁ ମୋଦି’ ସୋନିଆଙ୍କ ଆତ୍ମଜୀବନୀରେ ଉଲ୍ଲେଖ, ଆଜି ବଜାରରେ ହେବ ଉପଲବ୍ଧ
- Arrested Public Servants: ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ୪୮ ଘଣ୍ଟାରୁ ଅଧିକ ଜେଲ୍ରେ ରହିଲେ ସରକାରୀ କର୍ମଚାରୀ ହେବେ ସ୍ୱତଃ ନିଲମ୍ବିତ!
- ପାର୍ବଣ ଋତୁରେ ସକ୍ରୀୟ ଅପରାଧୀ, ବରଗଡରେ ଧଳାଜହର ବେପାର, ୫ ଗିରଫ
- Pawan Kalyan Divorce: ତୃତୀୟ ଥର ପାଇଁ ଭାଙ୍ଗିଲା ସମ୍ପର୍କ! ୧୩ ବର୍ଷ ପରେ ପତ୍ନୀ ଆନାଙ୍କଠାରୁ ଅଲଗା ହେଲେ ପବନ କଲ୍ୟାଣ…
- ଷ୍ଟିଲ୍ ପ୍ଲାଣ୍ଟରେ ଶକ୍ତିଶାଳୀ ବିସ୍ଫୋରଣ: ୧୬ ମୃତ, ତଦନ୍ତ ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି
Comments are closed.