Latest Odisha News

BREAKING NEWS

ରସେଲଙ୍କ ୧୨ ନମ୍ବର ଜର୍ସିକୁ ଦିଆଗଲା ଅବସର

କୋଲକାତା: କୋଲକାତା ନାଇଟ ରାଇଡର୍ସ ତାର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କ ସମ୍ମାନ ପାଇଁ ସେ ବ୍ୟବହାର କରୁଥିବା ଜର୍ସି ନମ୍ବର ୧୨କୁ ଅବସର ଦିଆଯାଇଛି । ରସେଲ ଆଇପିଏଲରେ ୨୦୧୪ରୁ ୨୦୨୫ ପର୍ଯ୍ୟନ୍ତ କେକେଆର ପକ୍ଷରୁ ଖେଳିଛନ୍ତି । ୨୦୧୭ରେ ସେ ଖେଳି ନ ଥିଲେ । ଗତ ବର୍ଷ ନଭେମ୍ବରରେ ସେ ଆଇପିଏଲରୁ ଅବସର ନେଇଥିଲେ । ଏବେ ତାଙ୍କୁ ଟିମର ପାୱାର କୋଚ ଦାୟିତ୍ୱ ପ୍ରଦାନ କରାଯାଇଛି । ୨୦୧୪ ଓ ୨୦୨୪ରେ ଟାଇଟଲ ହାସଲ କରିଥିବା କେକେଆର ଦଳର ସେ ସଦସ୍ୟ ଥିଲେ । ୨୦୧୪ ତୁଳନାରେ ୨୦୨୪ରେ ତାଙ୍କ ଯୋଗଦାନ ଦଳକୁ ବିଜୟୀ କରାଇଥିଲା ।

୨୦୨୪ରେ ସେ ୨୨୨ ରନ କରିବା ସହ ୧୯ ୱିକେଟ ନେଇଥିଲେ । ଏଥର କୋଚ ଭୂମିକା ତୁଲାଇବା ପ୍ରତି ଧ୍ୟାନ ଦେବି ବୋଲି ସେ କହିଛନ୍ତି । ଖେଳାଳି ଭାବେ ମୋ ଶୈଳୀ ଯେଉଁ ପରି ଥିଲା କୋଚରେ ମଧ୍ୟ ତାହା ରହିବ । ରସେଲ କେକେଆର ବ୍ୟତୀତ ନାଇଟ ରାଇଡର୍ସର ଅନ୍ୟ ଫ୍ରାଂଚାଇଜ ସହ ମଧ୍ୟ ଖେଳିଛନ୍ତି । ଆଇଏଲଟିରେ ଆବୁଧାବି ନାଇଟ ରାଇଡର୍ସ ଓ ସିପିଏଲରେ ତିନବାଗୋ ନାଇଟ ରାଇଡର୍ସ ପକ୍ଷରୁ ଖେଳିଛନ୍ତି । ଏହି ଦୁଇଟି ଟିମ ପକ୍ଷରୁ ସେ ୪ଟି ଲେଖାଏଁ ସିଜନ ଖେଳିଛନ୍ତି ।

Leave A Reply

Your email address will not be published.