Latest Odisha News

BREAKING NEWS

ଖରାଛୁଟି ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ମିଳିବ ୟୁନିଫର୍ମ: ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଚିଠି। ଖରାଛୁଟି ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଦେବାକୁ ନିର୍ଦ୍ଦେଶ। ଖରାଛୁଟି ଆରମ୍ଭ ହେବା ପୂର୍ବରୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବଣ୍ଟାଯିବ ୟୁନିଫର୍ମ। ଖରାଛୁଟି ପୂର୍ବରୁ ୟୁନିଫର୍ମ କ୍ରୟ, ସିଲେଇ ଓ ବଣ୍ଟନ ଶେଷ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭା‌ଗ ପକ୍ଷରୁ ନିର୍ଦ୍ଦେଶ ଦିଆଯା‌ଇଛି। ଏନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମୁଖ୍ୟ ଶାସନ ସଚିବ ତିରୁମାଲା ନାୟକ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି।

ପୂର୍ବ ଶିକ୍ଷାବର୍ଷରେ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ୟୁନିଫର୍ମ କ୍ରୟ, ସିଲେଇ ଓ ବଣ୍ଟନରେ ଅତ୍ୟଧିକ ବିଳମ୍ବ ହେଉଥିବା ବିଭାଗର ଦୃଷ୍ଟିକୁ ଆସିଛି। ଏଭଳି ବିଳମ୍ବ କେବଳ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଅସୁବିଧାର ପକାଉନି ବରଂ ପିଲାଙ୍କ ଭିତରେ ଯେଉଁ ସମାନତା ଭାବନା ସୃଷ୍ଟି କରିବାର ଉଦ୍ଦେଶ୍ୟ ରହିଛି ତାହା‌ ପୂରଣ ହେଉନି। ତେଣୁ ଏହାକୁ ଦୃଷ୍ଟିରେ ରଖି ୨୦୨୬-୨୭ ଶିକ୍ଷାବର୍ଷରେ ସମୟସୀମା ଭିତ‌ରେ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ବିତରଣ କରିବା ପାଇଁ ଆଗୁଆ ଓ ସକ୍ରିୟ ପଦକ୍ଷେପ ନେବାକୁ କୁହାଯାଇଛି।

Leave A Reply

Your email address will not be published.