ପୁରୀ:ଶ୍ରୀମନ୍ଦିରରେ ପଦ୍ମବେଶରେ ଦର୍ଶନ ଦେବେ ତିନି ଠାକୁର । ପଦ୍ମଫୁଲରେ ସଜେଇ ହେବେ ଶ୍ରୀଜିଉ । ମାଘମାସ ଶୁକ୍ଲପକ୍ଷ ପ୍ରତିପଦାରୁ ପଂଚମୀ ମଧ୍ୟରେ ଯେଉଁ ବୁଧବାର ବା ଶନିବାର ପଡେ ସେହି ଦିନ ପଦ୍ମବେଶରେ ସଜେଇ ହୋଇଥାନ୍ତି ଶ୍ରୀଜିଉ । ଆଜି ମଧ୍ୟରାତ୍ରିରେ ଚନ୍ଦନଲାଗି ନୀତି ପରେ ବଡସିଂହାର ବେଶ ସମୟରେ ତିନି ଠାକୁରଙ୍କୁ ପଦ୍ମବେଶରେ ସଜିତ କରିବେ ସେବାୟତ । ଏହାପରେ ଶ୍ରୀଜିଉଙ୍କୁ ଖିରୀ ଓ ଅମାଲୁ ଭୋଗ କରିବା ପରମ୍ପରା ରହିଛି ।
ଏହି ବେଶ ପାଇଁ ସୋଲରେ ନିର୍ମିତ ପଦ୍ମ ପାଖୁଡାରୁ ତିନୋଟି ମୁଖ ତିଆରି ହୁଏ । ସୋଲ, ଜରି, କଦଳୀପଟା, କନା, କଇଁଥ ଅଠା ଓ ରଙ୍ଗ ସାହାଯ୍ୟରେ ପଦ୍ମଫୁଲ ଓ କଢ଼ୀ ତିଆରି କରାଯାଇଥାଏ । ପ୍ରତିବର୍ଷ ସିଂହଦ୍ୱାର ନିକଟରେ ଥିବା ବଡଛତା ମଠ ପକ୍ଷରୁ ଏହି ବେଶ ପାଇଁ ପ୍ରସ୍ତୁତି କରାଯିବା ସହ ସମସ୍ତ ଖର୍ଚ୍ଚ ବହନ କରାଯାଇଥାଏ ।
ଗୁୁରୁବାର ସକାଳେ ମଙ୍ଗଳ ଆଳତୀ ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କୁ ପଦ୍ମବେଶରେ ଦର୍ଶନ କରିପାରିବେ । ପଦ୍ମବେଶ ଥାଇ ହିଁ ଠାକୁରଙ୍କ ପହୁଡ ନୀତି ହେବ । ଏଥିପାଇଁ ଶ୍ରୀମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ।
BREAKING NEWS
- ୧୦୦ ବର୍ଷରେ ଡା. ଲକ୍ଷ୍ମୀ ବାଈ; ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
- ପୁଟିନଙ୍କ ରୁଷିଆରେ ଭାରତର ୧୦୦ ଟଙ୍କା ହୋଇଯାଏ କେତେ?
- Temple money belongs to deity: ମନ୍ଦିରର ଟଙ୍କା କାହାର? ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ
- IndiGo ପାଇଲଟଙ୍କୁ କେତେ ମିଳେ ଦରମା? ଜାଣିଲେ ହୋଇଯିବେ କାବା !
- ଭାରତର ସବୁଠୁ ବଡ ପରମାଣୁ ଶକ୍ତି କେନ୍ଦ୍ରକୁ ନେଇ ପୁଟିନ କଲେ ଏହି କମିଣ୍ଟମେଣ୍ଟ…
- ପୁଟିନଙ୍କ ଭାରତ ଗସ୍ତ: ଥରୁର ପାଇଲେ ନିମନ୍ତ୍ରଣ ପତ୍ର, ହେଲେ ରାହୁଲ ଗାନ୍ଧୀଙ୍କୁ ମିଳିଲାନି…
- ପୁରୀରେ ଆୟୋଜିତ ହେଲା ଓଡିଶା-ଆସାମ ସାହିତ୍ୟ ଉତ୍ସବ
- ଆସନ୍ତାକାଲି ବାବରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ହୁମାୟୁଁ କବୀର
- ନିଷିଦ୍ଧାଞ୍ଚଳରୁ ୨ ଆନ୍ଧ୍ର ଟ୍ରଲର ଜବତ, ମତ୍ସ୍ୟଜୀବୀ ଅଟକ
- ଇଣ୍ଡିଗୋ ସଙ୍କଟ; ତଦନ୍ତ କମିଟି ଗଠନ କଲା DGCA
Comments are closed.