ଭୁବନେଶ୍ବର: ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ଭେଟିଲେ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ। ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିବା ପରେ ରାଜ୍ୟପାଳଙ୍କୁ ଭେଟିଲେ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ।
General Upendra Dwivedi, Chief of Army Staff, called on me at Lok Bhavan today. I congratulated him and the Indian Army on the successful execution of Operation Sindoor, which reflects their unwavering dedication and exemplary service to the nation.@adgpi pic.twitter.com/MIaUQdzCzw
— Dr. Hari Babu Kambhampati (@DrHariBabuK) March 27, 2026
ରାଜ୍ୟପାଳ ହରିବାବୁ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି , ଆଜି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଲୋକଭବନରେ ମୋତେ ଭେଟିଛନ୍ତି। ଅପରେସନ ସିନ୍ଦୂରର ସଫଳ କାର୍ଯ୍ୟକାରୀତା ପାଇଁ ମୁଁ ତାଙ୍କୁ ଏବଂ ଭାରତୀୟ ସେନାକୁ ଅଭିନନ୍ଦନ ଜଣାଇଛି, ଯାହା ଦେଶ ପ୍ରତି ସେମାନଙ୍କର ଅଟଳ ସମର୍ପଣ ଏବଂ ଅନୁକରଣୀୟ ସେବାକୁ ପ୍ରତିଫଳିତ କରେ।
ସୂଚନାଥାଉକି, ଆଜି ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ ସ୍ଥଳସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ । ବାଟାଲିୟନରେ ରାତ୍ରୀ ରହଣି ଓ ଭୋଜନର କାର୍ଯ୍ୟକ୍ରମ ରହିଛି । ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ । ଭୁବନେଶ୍ବର, ପୁରୀ ଏବଂ ଗୋପାଳପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ସ୍ଥଳସେନା ମୁଖ୍ୟ ଜେନେରାଲ୍ ।
ଆସନ୍ତାକାଲି ପୁରୀ, ଗୋପାଳପୁରରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ । ପରେ ସ୍ୱତନ୍ତ୍ର ବିମାନ ଯୋଗେ ଗୋପାଳପୁର ଯିବେ । ଆର୍ମି ଏୟାର ଡିଫେନ୍ସ କଲେଜ ଯାଇ ସେଠାରେ ସେନା ତାଲିମ ବ୍ୟବସ୍ଥାର ସମୀକ୍ଷା କରିବେ । ସେନା ଅଧିକାରୀ ଓ ପୂର୍ବତନ ସୈନିକଙ୍କ ସହ ଆଲୋଚନା କରିବେ । ଫିଲ୍ଡ ଫାୟାରିଂ ରେଞ୍ଜରେ ଲାଇଭ୍ ଫାୟାରିଂ ପ୍ରଦର୍ଶନ ହେବାର କାର୍ଯ୍ୟକ୍ରମ ରହିଛି। । ଆସନ୍ତା ୨୯ରେ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଦିଲ୍ଲୀ ଫେରିବେ ।