ପୁରୀ: ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ଚତୁର୍ଥ ଦଫା ରଥ କାଠ। ଏହି ରଥ କାଠ ବୌଦ୍ଧ ବନଖଣ୍ଡ ମାଧୋପୁର ରେଞ୍ଜରୁ ଆସିଛି । ଧଉରା କାଠ ୧୨ ଫୁଟିଆ ୩୭ଟି ଏବଂ ୨୦ ଫୁଟିଆ ୧୫ ଟି କାଠ ଆସିଛି । ମୋଟ ୫୨ ଖଣ୍ଡ କାଠ ଦୁଇଟି ଟ୍ରକରେ ଆସି ପହଞ୍ଚିଛି। ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ।
ସୂଚନାଯୋଗ୍ୟ, ତିନି ଦିନ ପୂର୍ବରୁ ସୂଚନାଥିଲା କି ପୁରୀରେ ରଥ ନିର୍ମାଣ ପାଇଁ ସୋନପୁରରୁ ଆସିବ ରଥକାଠ। ପ୍ରଥମ ଥର ପାଇଁ ସୁବର୍ଣ୍ଣପୁରରୁ ଆସିବ ରଥ କାଠ। ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ମଲ୍ଲିକ ମୁଣ୍ଡା ଗାଁରେ ରଥକାଠ କଟାଯାଇଥିଲା। ଗାଁରେ ଥିବା ମିଶ୍ର ପରିବାରଙ୍କ ବାଡ଼ିପଟେ ଥିବା ପାଞ୍ଚଟି ଫାସୀ ଗଛକୁ କଟାଯାଇଥିଲା। ରୀତି ନୀତିରେ ପୂଜା ପାଠ ପରେ ଗଛ କଟା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହି ଅବସରରେ ଭଜନ କୀର୍ତ୍ତନ ସହ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।