ଭୁବନେଶ୍ୱର: ଆସନ୍ତା ୨ ତାରିଖ ପଶ୍ଚିମବଙ୍ଗ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିର୍ବାଚନ ପ୍ରଚାରରେ ହେବେ ସାମିଲ। ବିଜେପି ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର। ଏପ୍ରିଲ ୨ ତାରିଖରେ ବେଙ୍ଗଲରେ ଫୌଜ ମାଗିବେ ଓଡିଶା ସିଏମ। ପଶ୍ଚିମବଙ୍ଗରେ ରହୁଥିବା ଓଡ଼ିଶାବାସୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ। ପୂର୍ବରୁ ମାର୍ଚ୍ଚ ୮ ତାରିଖରେ କରିଥିଲେ ପ୍ରଚାର। ଏପ୍ରିଲ ୨୩ ଏବଂ ୨୯ ରେ ୨ଟି ପର୍ଯ୍ୟାୟରେ ହେବ ବେଙ୍ଗଲରେ ଭୋଟ।
ସେପଟେ ପଶ୍ଚିମ ଏସିଆ ସଂକଟକୁ ନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱସନା । ଯୁଦ୍ଧ ପରିସ୍ଥିତି ପ୍ରଭାବକୁ ନେଇ ମୁଁ ସମୀକ୍ଷା କରିଛି । ପୂର୍ବରୁ ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଯୋଗାଣ ଏବଂ ନଗର ଉନ୍ନୟନ ବିଭାଗ ସଚିବ ସମୀକ୍ଷା କରିଛନ୍ତି । କଳାବଜାରୀ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମେ ସଜାଗ ଅଛୁ । ଭୟଭୀତ ହୁଅନ୍ତୁ ନାହିଁ ବୋଲି ରାଜ୍ୟବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ।