ଭୁବନେଶ୍ବର: ୩୦ ଜିଲ୍ଲା ପାଇଁ ଯୋଜନା କମିଟି ଗଠନ କଲେ ରାଜ୍ୟ ସରକାର। ମନ୍ତ୍ରୀ / ବିଧାୟକମାନେ ଏହି କମିଟିର ଅଧ୍ୟକ୍ଷ ରହିବେ। ଯୋଜନା କମିଟିରେ ୪ ଜଣ ମନ୍ତ୍ରୀ ଓ ୨୬ ଜଣ ବିଧାୟକଙ୍କୁ ଦାୟିତ୍ବ ମିଳିଛି।
ଅନୁଗୁଳ ଜିଲ୍ଲା ପାଇଁ ଅଶୋକ ମହାନ୍ତି, ବଲାଙ୍ଗିର ଜିଲ୍ଲା ପାଇଁ ଲକ୍ଷ୍ମଣ ବାଗ୍, ବାଲେଶ୍ବର ଜିଲ୍ଲା ପାଇଁ ପଦ୍ମଲୋଚନ ପଣ୍ଡା, ବରଗଡ଼ ଜିଲ୍ଲା ପାଇଁ ଅଶ୍ବିନୀ କୁମାର ଷଡ଼ଙ୍ଗୀ, ଭଦ୍ରକ ଜିଲ୍ଲା ପାଇଁ ସିତାଂଶୁ ଶେଖର ମହାପାତ୍ର, ବୌଦ୍ଧ ଜିଲ୍ଲା ପାଇଁ କହ୍ନାଇ ଚରଣ ଡାଙ୍ଗ, କଟକ ଜିଲ୍ଲା ପାଇଁ ଛବି ମଲ୍ଲିକ, ଦେବଗଡ଼ ଜିଲ୍ଲା ପାଇଁ ମନ୍ତ୍ରୀ ସୁରେଶ ପୂଜାରୀ, ଢେଙ୍କାନାଳ ଜିଲ୍ଲା ପାଇଁ ସୀମାରାଣୀ ନାୟକ, ଗଜପତି ଜିଲ୍ଲା ପାଇଁ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଗଞ୍ଜାମ ଜିଲ୍ଲା ପାଇଁ ପୂର୍ଣ୍ଣଚନ୍ଦ୍ର ସେଠୀ, ଜଗତସିଂହପୁର ଜିଲ୍ଲା ପାଇଁ ଅମରେନ୍ଦ୍ର ଦାସ, ଯାଜପୁର ଜିଲ୍ଲା ପାଇଁ ଆକାଶ ଦାଶନାୟକ, ଝାରସୁଗୁଡ଼ା ଜିଲ୍ଲା ପାଇଁ ଟଙ୍କଧର ତ୍ରିପାଠୀ, କଳାହାଣ୍ଡି ଜିଲ୍ଲା ପାଇଁ ସୁଧିର ରଂଜନ ପାଟ୍ଟଯୋଶୀ, କନ୍ଧମାଳ ଜିଲ୍ଲା ପାଇଁ ଉମା ଚରଣ ମଲ୍ଲିକ, କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଡ. ଦୁର୍ଗା ପ୍ରସନ୍ନ ନାୟକ, କେନ୍ଦୁଝର ଜିଲ୍ଲା ପାଇଁ ଫକୀର ମୋହନ ନାଏକ, ଖୋର୍ଦ୍ଧା ଜିଲ୍ଲା ପାଇଁ ପ୍ରଶାନ୍ତ କୁମାର ଜଗଦ୍ଦେବ, କୋରାପୁଟ ଜିଲ୍ଲା ପାଇଁ ରଘୁରାମ ମାଛ, ମାଲକାନଗିରି ଜିଲ୍ଲା ପାଇଁ ନରସିଂହ ମାଡକାମୀ, ମୟୂରଭଞ୍ଜ ଜିଲ୍ଲା ପାଇଁ ଭାସ୍କର ମଢେଇ, ନବରଙ୍ଗପୁର ଜିଲ୍ଲା ପାଇଁ ଗୌରୀଶଙ୍କର ମାଝୀ, ନୟାଗଡ଼ ଜିଲ୍ଲା ପାଇଁ ଦୁଷ୍ମନ୍ତ କୁମାର ସ୍ବାଇଁ, ନୂଆପଡ଼ା ଜିଲ୍ଲା ପାଇଁ ଜୟ ଢୋଲକିଆ, ପୁରୀ ଜିଲ୍ଲା ପାଇଁ ଓମ୍ ପ୍ରକାଶ ମିଶ୍ର, ରାୟଗଡ଼ା ଜିଲ୍ଲା ପାଇଁ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସମ୍ବଲପୁର ଜିଲ୍ଲା ପାଇଁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସୁବର୍ଣ୍ଣପୁର ଜିଲ୍ଲା ପାଇଁ ରଘୁନାଥ ଜଗଦଲା, ସୁନ୍ଦରଗଡ଼ ଜିଲ୍ଲା ପାଇଁ ଦୁର୍ଗା ଚରଣ ତନ୍ତିଙ୍କୁ ଦାୟିତ୍ବ ଦିଆଯାଇଛି ।