Latest Odisha News

BREAKING NEWS

VFS Global at BSABT: ବରମୁଣ୍ଡାରେ ଖୋଲିଲା ଭିସା କେନ୍ଦ୍ର;ଆଉ ଯିବାକୁ ପଡିବନି ଅନ୍ୟ ରାଜ୍ୟକୁ…

ଭୁବନେଶ୍ବର: ଓଡ଼ିଶାବାସୀଙ୍କୁ ଭିସା ସେବା ପାଇଁ କୋଲକାତା, ଦିଲ୍ଲୀ କିମ୍ବା ହାଇଦ୍ରାବାଦ ଭଳି ସହରକୁ ଆଉ ଯିବାକୁ ପଡିବ ନାହିଁ। ବିଦେଶ ଯିବାକୁ ଚାହୁଁଥିବା ବ୍ୟକ୍ତି ଓ ଛାତ୍ରଛାତ୍ରୀଙ୍କୁ ଏହା ଆଶ୍ୱସ୍ତି ଆଣିଦେଇଛି । ବରମୁଣ୍ଡା ବିଏସ୍ଏବିଟିରେ ଭିସା ଆବେଦନ କେନ୍ଦ୍ରକୁ ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଏହି ସେବା।

ଚଳିତ ମାସ ୭ ତାରିଖରୁ ଇଂଲଣ୍ଡ, ଅଷ୍ଟ୍ରିଆ ଓ ସ୍ୱିଜରଲ୍ୟାଣ୍ଡକୁ ଭିସା ସେବା ଆରମ୍ଭ ହେବ । ଏପ୍ରିଲ ୧୦ ତାରିଖରୁ ଆୟାରଲ୍ୟାଣ୍ଡ, ଇଟାଲୀ, ଜାପାନ ଓ ଏଷ୍ଟୋନିଆକୁ ଏହି ସେବା ମିଳିବ ।

ଏପ୍ରିଲ ୧୭ ତାରିଖରୁ ଇଜିପ୍ଟ ଓ ମରୋକ୍କୋ ପାଇଁ ଏଇଠୁ ଭିସା ମିଳିବ । ଏପ୍ରିଲ ୨୪ ତାରିଖରୁ ଯୁରୋପୀୟ ୟୁନିୟନର ମାଲ୍ଟାକୁ (ଡି-ଭିସା) ସେବା ଆରମ୍ଭ ହେବାକୁ ଯାଉଛି । ଆଗାମୀ ମାସଗୁଡିକରେ ଅନ୍ୟ ଦେଶମାନଙ୍କୁ ମଧ୍ୟ ଭିସା ସେବା ମିଳିବ ବୋଲି ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ କୁହାଯାଇଛି ।

ବର୍ତ୍ତମାନ VFS global ସେଣ୍ଟର୍ ପାଇଁ ୩,୦୦୦ ବର୍ଗଫୁଟ୍ ସ୍ଥାନ ପ୍ରଦାନ କରାଯାଇଛି । ଆବଶ୍ୟକ ପଡ଼ିଲେ ଅଧିକ ସ୍ଥାନ ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୟୁକେ, ଆୟର୍ଲାଣ୍ଡ, ସ୍ୱିଜରଲାଣ୍ଡ, ଅଷ୍ଟ୍ରିଆ , ଜାପାନ, ମାରୋକୋ, ଇଜିପ୍ଟ , ମାଲ୍ଟା, ଇଟାଲୀ, ଇଷ୍ଟୋନିଆ ଭଳି ୧୦ ଟି ଦେଶ କୁ ଭିସା ମିଳି ପାରିବ।

ଗତ ୨୩ ତାରିଖରେ ଗୃହ ବିଭାଗ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଏବଂ VFS global ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

Leave A Reply

Your email address will not be published.