Latest Odisha News

ଟ୍ରକ ତଳେ ଚାପି ହୋଇ ଦନ୍ତା ହାତୀ ମୃତ

ଢ଼େଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲାରେ ଏକ ଦ୍ରୁତଗାମୀ ଟ୍ରକ ତଳେ ଚାପି ହୋଇ ଦନ୍ତା ହାତୀର ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଢ଼େଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅଧିନରେ ଥିବା ଜୀବନଖୋଲ ଆଶ୍ରମ ପାଖ ୫୫ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଦନ୍ତାହାତୀର ମୃତ୍ୟୁ ଘଟିଛି । ହାତୀପଲ ରାସ୍ତା ଅତିକ୍ରମ କରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ଦନ୍ତାହାତୀ ଦ୍ରୁତ ବେଗରେ ଆସୁଥିବା ଟ୍ରକ୍ ଚକା ତଳେ ଚାପି ହୋଇଯିବାରୁ ତା’ ଦାନ୍ତ ଭାଙ୍ଗିଯାଇଥିଲା ଓ ଘଟଣାସ୍ଥଳରେ ଜୀବନ ଚାଲିଯାଇଥିଲା । ଏହି ଦୁର୍ଘଟଣାରେ ଅନ୍ୟ ଏକ ହାତୀ ମଧ୍ୟ ଆହତ ହୋଇଛି ।

ଗଡସିଲା ରେଞ୍ଜର ବନ ଅଧିକାରୀଙ୍କ କହିବାନୁସାରେ, ହାତୀପଲ ରାସ୍ତା ଅତିକ୍ରମ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ସେହି ସମୟରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ର ବେଗ ବହୁତ ଅଧିକ ଥିଲା ।

Leave A Reply

Your email address will not be published.