Latest Odisha News

BREAKING NEWS

ଚୌଦ୍ବାର ଜେଲରୁ ଫେରାର୍‌ ଦ୍ବିତୀୟ କଏଦୀ ଗିରଫ

କଟକ: ଚୌଦ୍ବାର ଜେଲରୁ ଫେରାର୍‌ ଦ୍ବିତୀୟ କଏଦୀ ଗିରଫ। ବିହାରର ରାଜା ସାହାଣୀ ଋଷିକେଶରୁ ଗିରଫ କରିଛି ପୋଲିସ। ଋଷିକେଶରୁ ଗିରଫ କଲା କମିଶନରେଟ୍ ପୋଲିସର ସ୍ବତନ୍ତ୍ର ଟିମ୍। ପୂର୍ବରୁ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ ଗିରଫ କରିଥିଲା ପୋଲିସ। ଦଶହରାରେ ମଧୁକାନ୍ତ ଓ ରାଜା ପାଚେରୀ ଡେଇଁ ଫେରାର୍ ହୋଇଥିଲେ। ଏନେଇ ପୋଲିସ ଡିଜି ଯୋଗେଶ ବାହାଦୂର୍ ଖୁରାନିଆ ସୂଚନା ଦେଇଛନ୍ତି।

ଅଭିଯୁକ୍ତ ଛଦ୍ମ ବେଶରେ ସେଠାରେ ଲୁଚି ରହିଥିଲା। ଅଭିଯୁକ୍ତକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ କମିସନରେଟ ପୋଲିସ ଓଡ଼ିଶା ଆଣୁଛି। ଏବେ ଦୁଇ ଅଭିଯୁକ୍ତ ଧରାପଡ଼ିବା ପରେ ଫେରାର ପଛର ଗୁମରର ପର୍ଦ୍ଦାଫାସ ହେବ। ପୂର୍ବରୁ ଅନ୍ୟତମ ସହଯୋଗୀ ମଧୁକାନ୍ତ ରଣା ବୃନ୍ଦାବନରୁ ଗିରଫ ହୋଇଥିଲା।

ସେଠାରେ ଏକ ଆଶ୍ରମରେ ରହିଥିବା ବେଳେ ପୋଲିସ ତାକୁ ଧରିଥିଲା । ଅଭିଯୁକ୍ତ ଦୁଇଜଣ ଜେଲ୍ ଗ୍ରିଲ୍ କାଟି ଯୋଜନାବଦ୍ଧ ଭାବରେ ଚମ୍ପଟ ମାରିଥିଲେ । ଦଶହରା ଭସାଣି ଦିନ ସକାଳୁ ଜେଲରୁ ଚମ୍ପାଟ ମାରିଥିଲେ । ଯାହା ପରେ ଜେଲ୍ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା । ଉଭୟ ଚୌଦ୍ବାର ଜେଲରୁ କେମିତି ଖସିଲେ? ଜେଲ୍‌ରୁ ଫେରାର ପଛରେ କିଏ କରିଥିଲେ କି ସହଯୋଗ? ତା’ର ଖୁବଶୀଘ୍ର ପର୍ଦ୍ଦାଫାସ ହୋଇପାରେ ।

Leave A Reply

Your email address will not be published.