Latest Odisha News

BREAKING NEWS

ଖୁବଶୀଘ୍ର ଝାରସୁଗୁଡା ବିମାନ ବନ୍ଦରରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା

ଝାରସୁଗୁଡା: ଖୁବଶୀଘ୍ର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା । ମିଳିଥିବା ସୂଚନା ଅନୁସାରେ, ପୂବର୍ରୁ କେବଳ ରୋଡ୍‌ ଓ ଟ୍ରେନ୍‌ ଯୋଗେ ପରିବହନ ସମ୍ଭବ ଥଲା । ଏବେ ଏୟାର କାର୍ଗୋ ସେବା ଦ୍ବାରା ଝାରସୁଗୁଡ଼ାରୁ ସିଧାସଳଖ ଦେଶ ଓ ବିଦେଶକୁ ପଠାଯାଇ ପାରିବ ସାମଗ୍ରୀ ।

ଝାରସୁଗୁଡା ଏୟାରପୋର୍ଟରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏୟାର କାର୍ଗୋ ସେବା ଆରମ୍ଭ ଦିଗରେ ଆଲୋଚନା ହୋଇଛି । ପ୍ରାଥମିକ ପର୍ୟ୍ୟାୟରେ କ୍ଷୁଦ୍ର ଏୟାର କାର୍ଗୋ ପରେ ଆବଶ୍ୟକତା ଅନୁଯାୟୀ ବୃହତ ଏୟାର କାର୍ଗୋ ପରିବହନ କରାଯିବ ବୋଲି କହିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ ।
ଭୁବନେଶ୍ୱର ନାଗପୁର ପରେ ଆଉ କୌଣସି ବିମାନବନ୍ଦରରେ କାର୍ଗୋ ସେବା ଉପଲବ୍ଧ ନାହିଁ । ଏହା ଦ୍ବାରା ଜିଲ୍ଲାରେ ପାୱାର ପ୍ଲାଣ୍ଟ ବାଦ ଦେଲେ ଅନ୍ୟ ଶିଳ୍ପର ବିସ୍ତାର ହୋଇପାରିବ । ଦାମିକା ସାମଗ୍ରୀ ପରିବହନରେ ଖର୍ଚ୍ଚ ମଧ୍ୟ କମିବ ବୋଲି କହିଛନ୍ତି ବ୍ୟବସାୟିକ ବିଶେଷଜ୍ଞ ।

ବିଶେଷ କରି ଖୁବ୍‌ଶୀଘ୍ର ନଷ୍ଟ ହୋଇଯାଉଥିବା ସାମଗ୍ରୀକୁ ସ୍ଥାନାନ୍ତର କରିବାରେ ସହାୟକ ହେବ । ଏୟାର କାର୍ଗୋ ଆସିଲେ ଝାରସୁଗୁଡ଼ା ସହ ପଶ୍ଚିମ ଓଡ଼ିଶାରେ ନିବେଶ ଓ ବ୍ୟବସାୟ ବଢ଼ିବ ।

Leave A Reply

Your email address will not be published.