Latest Odisha News

BREAKING NEWS

ରାହୁଲଙ୍କ ମୃତ୍ୟୁ ପାଇଁ ଦାୟୀ କିଏ?

ବାଲେଶ୍ୱର: ବେଙ୍ଗଲ ଅଭିନେତା ରାହୁଲ ଅରୁଣୋଦୟ ବାନାର୍ଜୀଙ୍କ ସମୁଦ୍ରରେ ବୁଡି ମୃତ୍ୟୁ ଘଟଣାର ସଠିକ ତଦନ୍ତ ପାଇଁ ଦାବି କରିଛନ୍ତି ସ୍ତ୍ରୀ ପ୍ରିୟଙ୍କା ବାନାର୍ଜୀ । ରାହୁଲଙ୍କ ମୃତ୍ୟୁ ପରେ ସେ ବାଲେଶ୍ୱର ଜିଲ୍ଲା ତାଳସାରୀ ଥାନାକୁ ଆସି ଲିଖିତ ଅଭିଯୋଗ କରିଛନ୍ତି । ପ୍ରିୟଙ୍କାଙ୍କ ସହିତ ରାହୁଲଙ୍କ ପରିବାରବର୍ଗ ଓ ବେଙ୍ଗଲ ଇଣ୍ଡଷ୍ଟ୍ରିର ବହୁତ କଳାକାର ଉପସ୍ଥିତ ଥିଲେ । ୪୩ ବର୍ଷ ବୟସରେ ରାହୁଲଙ୍କ ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରୁନାହାଁନ୍ତି ।

ଚିରଦିନି ତୁମି ଜେ ଆମର, ଜୁଲଫିକର, ଜାକପଟ ଭଳି ଅନେକ ଫିଲ୍ମରେ ସେ ଅଭିନୟ କରିଥିଲେ । ତାଙ୍କର ଏଭଳି ମୃତ୍ୟୁରେ ତଦନ୍ତ ପାଇଁ ଜୋରଦାର ଦାବି କରାଯାଇଛି । ଗତ ୨୯ ତାରିଖରେ ତାଳସାରୀରେ ସୁଟିଂ ଚାଲୁଥିବା ବେଳେ ଅସାବଧାନତା ପାଇଁ ପାଣିରେ ବୁଡି ରାହୁଲଙ୍କ ମୃତ୍ୟୁ ହୋଇଥିଲା । ସୁଟିଂ ଚାଲିଥିବାବେଳେ ଅଭିନେତ୍ରୀ ସ୍ୱେତା ମିଶ୍ର ବୋଟରୁ ଖସିପଡିଥିଲେ । ଏହାକୁ ଦେଖିବା ପରେ ରାହୁଲ ପାଣିକୁ ଡେଇଁଥିଲେ । ହେଲେ ସ୍ରୋତ ଥିବାରୁ ଉଭୟ ଭାସିଯାଇଥିଲେ । ସଙ୍ଗେ ସଙ୍ଗେ ଉଭୟଙ୍କୁ ସେଠାରୁ ଉଦ୍ଧାର କରାଯାଇ ମେଡିକାଲରେ ମଧ୍ୟ ଭର୍ତ୍ତି କରାଯାଇଥିଲା ।

ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରଡକ୍ସନ ହାଉସ ତାଳସାରୀ ବେଳାଭୂମିରେ ସୁଟିଂ ପାଇଁ ପ୍ରଶାସନ ତରଫରୁ କୌଣସି ଅନୁମତି ନେଇନଥିଲା । ଏହା ସହ ସମୁଦ୍ରରେ ସୁଟିଂ ସମୟରେ କଣ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇନଥିଲା ବୋଲି ପ୍ରଶ୍ନ ଉଠିଛି । ତେବେ ତୁରନ୍ତ ଘଟଣାର ତଦନ୍ତ କରାଯାଇ ପ୍ରକୃତ ଦୋଷୀକୁ ଦଣ୍ଡ ଦେବା ପାଇଁ ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.