Latest Odisha News

BREAKING NEWS

Mao Commander Died: ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର, ମହିଳା କମାଣ୍ଡର ସଫା

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ସୁରକ୍ଷାବାହିନୀର ଏନକାଉଣ୍ଟରରେ ଜଣେ ମହିଳା ନକ୍ସଲ ନିହତ ହୋଇଛି । ନିହତ ନକ୍ସଲକୁ ମାଓ ଏରିଆ କମାଣ୍ଡର ରୂପୀ ଭାବରେ ଚିହ୍ନଟ କରାଯାଇଛି । ରୂପୀର ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା ଏବଂ ସେ ପ୍ରତାପପୁର ଏରିଆ କମିଟିର ସଦସ୍ୟ ଥିଲେ ।

କାଙ୍କେର ଏସ.ପି ନିଖିଲ ରାଖେଚା ସୁଚନା ଅନୁଯାଇ ଛୋଟେବେଠିଆ ପ୍ରତାପପୁର ଥାନା ଅଞ୍ଚଳର ହିଦୁର ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇ ପୋଲିସ ବାହିନୀ ଦ୍ୱାରା ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ସର୍ଚ୍ଚ ଅପରେସନ ବେଳେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ପରେ ସୁରକ୍ଷା ବାହିନୀ ଦ୍ୱାରା ସର୍ଚ୍ଚ ସମୟରେ ଜଣେ ମହିଳା ମାଓବାଦୀଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା ।

ଘଟଣା ସ୍ଥଳରୁ ଗୋଟିଏ ପିସ୍ତଲ, ଗୁଳି ଏବଂ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରାଯାଇଛି । ଆଖପାଖ ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ୱାରା ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ ଉଦ୍ଧାର ମୃତ ମାଓ ମହିଳାଙ୍କ ପରିଚୟ DKSZC ସଦସ୍ୟ ବିଜୟ ରେଡ୍ଡିଙ୍କ ପତ୍ନୀ ବୋଲି ଜଣାପଡିଛି । ଯାହାଙ୍କ ମୃତଦେହ ୨୦୨୫ ମସିହାରେ ମାନପୁର-ମୋହଲା ଜିଲ୍ଲାରେ ଏକ ଏନକାଉଣ୍ଟର ପରେ ଉଦ୍ଧାର କରାଯାଇଥିଲା ।

Leave A Reply

Your email address will not be published.