Latest Odisha News

BREAKING NEWS

ଡାକ୍ତରଖାନା ପାଲଟି ଗଲାଣି କି ନ୍ୟାଶନାଲ କ୍ରିକେଟ ଏକାଡେମୀ !

ନୂଆଦିଲ୍ଲୀ: ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନସିଏ)କୁ ନେଇ ଭାରତର ପୂର୍ବତନ ଖେଳାଳି ବଡ କଥା କହିଛନ୍ତି । ଏକଦା ଏନସିଏ ଛାତ ତଳେ ଟ୍ରେନିଂ ସେଂଟର, କୋଚିଂ କୋର୍ସ, ଫିଟନେସ ଆସେଟମେଂଟ, ରିହ୍ୟାବିଲିଟେଶନ ଓ ଇଞ୍ଜୁରୀ ମ୍ୟାନେଜମେଂଟ ପାଇଁ ବ୍ୟବସ୍ଥା କରାଯାଇଥିଲା । ଏବେ ଏହା ଏକ ଖେଳାଳିଙ୍କ ବିକାଶ ସେଂଟର ନ ହୋଇ ଡାକ୍ତରଖାନା ପାଲଟି ଯାଇଛି ବୋଲି ମୁନାଫ ପଟେଲ କହିଛନ୍ତି । ଯାହାକୁ ନେଇ ଆଲୋଚନା ଜୋର ଧରିଛି । ଏବେ ଏଠାକୁ କେବଳ ଆଘାତ ସମସ୍ୟାରୁ ମୁକୁଳିବା ପାଇଁ ଖେଳାଳିମାନେ ଆସୁଛନ୍ତି । ଖେଳାଳିମାନେ ଭୟରେ ମୁହଁ ଖୋଲୁ ନାହାନ୍ତି ।

କ୍ୟାରିୟର ପାଇଁ ସେମାନେ ଡରି କରି ଏଠାକୁ ଯାଉଛନ୍ତି । ଥରେ ଏନସିଏ ଭିତରକୁ ଯାଆନ୍ତୁ ସବୁ କିଛି ଜାଣିପାରିବେ ବୋଲି ପଟେଲ କହିଛନ୍ତି । ଏଥିରେ ବଡ ଧରଣର ପରିବର୍ତନର ଆବଶ୍ୟକତା ରହିଛି । ୨୦୦୦-୦୧ରେ ଅଷ୍ଟ୍ରେଲିଆର ସେଂଟର ଅଫ ଏକ୍ସିଲେନ୍ସି ମଡେଲକୁ ଆଖି ଆଗରେ ରଖାଯାଇ ଭାରତରେ ଏନସିଏର ସ୍ଥାପନା କରାଯାଇଥିଲା । ଜଣେ ଖେଳାଳି ଆଘାତପ୍ରାପ୍ତ ହେବା ପରେ ବାଧ୍ୟ ହୋଇ ଏଠାକୁ ଆସୁଛି । ଏହାର ମୂଖ୍ୟ କାରଣ ହେଲା ଏନସିଏ ଫିଟନେସ ସାର୍ଟିଫିକେଟ ଦଳରେ ସ୍ଥାନ ପାଇବା ଜରୁରୀ । ଏନସିଏରେ ଫିଟ ହେବା ସହ ଖେଳାଳିଙ୍କ ସ୍କିଲ୍ସ ସୁଧାରିବା ଜରୁରୀ ବୋଲି ପଟେଲ କହିଛନ୍ତି ।

Leave A Reply

Your email address will not be published.