Latest Odisha News

BREAKING NEWS

ଛାତ୍ରଙ୍କୁ ପ୍ରଧାନ ଶିକ୍ଷକଙ୍କ ମାଡ଼ ଘଟଣା, ଭିଡିଓ ଭାଇରାଲ ପରେ ଉତ୍ତେଜନା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଏକ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରେଣୀଗୃହ ଭିତରେ ଛାତ୍ରମାନଙ୍କୁ ମାଡ଼ ମାରିବା ଏବଂ ଗାଳିଗୁଲଜ କରୁଥିବାର ଏକ ସିସିଟିଭି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ବିଭିନ୍ନ ମହଲରୁ ବ୍ୟାପକ ନିନ୍ଦା କରାଯାଇଛି।

ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଡେଙ୍ଗାଡି ଶ୍ୟାମ ସୁନ୍ଦର ହାଇସ୍କୁଲରୁ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି।

ଏହି ଫୁଟେଜରେ ପ୍ରଧାନ ଶିକ୍ଷକ ସଞ୍ଜୟ ପାଲ ରାଗିକି ବାଡ଼ି ଧରି ଶ୍ରେଣୀଗୃହରେ ପ୍ରବେଶ କରି ପିଲାମାନଙ୍କୁ ଗାଳିଗୁଲଜ କରୁଥିବା ଏବଂ ବାରମ୍ବାର ମାଡ଼ ମାରୁଥିବା ଦେଖାଯାଇଛି।

ଭିଡିଓଟି ଦ୍ରୁତ ପ୍ରସାରିତ ହେବା ପରେ ଅଭିଭାବକ, ସ୍ଥାନୀୟ ଲୋକ ଏବଂ ନେଟିଜେନମାନେ ତୀବ୍ର ସମାଲୋଚନା କରିଛନ୍ତି। ଯେଉଁମାନେ ଆଇନଗତ ନିଷେଧ ସତ୍ତ୍ୱେ ଶାରୀରିକ ଦଣ୍ଡ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେହିପରି ଅନେକ ଲୋକ ସ୍କୁଲ ଭିତର ଘଟଣା ଅନଲାଇନରେ କିପରି ଭାଇରାଲ ହେଲା ତାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି।

ଅଭିଭାବକ ମାନେ ପ୍ରଧାନ ଶିକ୍ଷକଙ୍କ ଏଭଳି ଆଚରଣ ଉପରେ ସମ୍ପୂର୍ଣ୍ଣ ଏବଂ ନିରପେକ୍ଷ ତଦନ୍ତ ଦାବି କରୁଛନ୍ତି।

ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କ ଅଭିଯୋଗଗୁଡ଼ିକୁ ଅସ୍ୱୀକାର କରିଥିଲେ। ଆଉ ଦାବି କରିଥିଲେ ଯେ ସ୍କୁଲର ପିଇଟି ଶିକ୍ଷକଶମ୍ଭୁପାଣି ସ୍ୱାଇଁ ତାଙ୍କୁ ବଦନାମ କରିବା ପାଇଁ ଭିଡିଓ ଲିକ୍ କରିଥିବା କହିଛନ୍ତି। ତେବେ ଏହି ମାମଲା ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ରିପୋର୍ଟ କରାଯାଇଥିବା ଜଣାପଡ଼ିଛି।

ସୂତ୍ରରୁ ଜଣାପଡିଛି ଯେ ଡିଇଓ ସ୍କୁଲର ପରିଚାଳନା କମିଟିକୁ ପ୍ରଧାନଶିକ୍ଷକଙ୍କ ଆଚରଣର ଆନୁଷ୍ଠାନିକ ତଦନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.