Latest Odisha News

BREAKING NEWS

ଜଳଭଣ୍ଡାରରେ ବୁଡ଼ି ମହାବିଦ୍ୟାଳୟର ଦୁଇ ଛାତ୍ରଙ୍କ ମୃତ୍ୟୁ…

ଗଞ୍ଜାମ:ଭଞ୍ଜନଗର ଜଳଭଣ୍ଡାରରେ ବୁଡ଼ି ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଯୁକ୍ତ ଦୁଇର ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଭଞ୍ଜନଗର ଥାନା ଅଧିନ ଲାଲସିଂ ଗ୍ରାମର କାହ୍ନା ପ୍ରଧାନ ଓ ଆଶୁତୋଷ ଭୂୟାଁ। ଏହି ଘଟଣାରେ ଆଉ ୪ ଜଣ ଛାତ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ସୂଚନା ଅନୁସାରେ, ରବିବାର ଅପରାହ୍ନରେ କାହ୍ନା ପ୍ରଧାନ ଓ ଆଶୁତୋଷ ଭୂୟାଁ ସମେତ ଉକ୍ତ ଇଲାକାର ୬ ଜଣ ସାଙ୍ଗ ମିଶି ଭଞ୍ଜନଗର ବେଲେଶ୍ୱର ମନ୍ଦିର ପାଦ ଦେଶରେ ଥିବା ଶ୍ମଶାନ ନିକଟ ଅଞ୍ଚଳର ଜଳଭଣ୍ଡାରରୁକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ କାହ୍ନା ପ୍ରଧାନ ଓ ଆଶୁତୋଷ ଭୂୟାଁ ପାଣିରେ ବୁଡ଼ି ଯାଇଥିଲେ। ଅନ୍ୟ ସାଙ୍ଗମାନେ ତାଙ୍କୁ ଖୋଜିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ନପାଇବାରୁ ଦମକଳ ବାହୀନି ଏବଂ ପୋଲିସକୁ ସୂଚନା ଦେଇଥିଲେ। ପାଣିରେ ଖୋଜାଖୋଜି କାହ୍ନାଓ ଆଶୁତୋଷ ମିଳିଥିଲେ । ସେମାନେ କାଳେ ବଞ୍ଚିଥିବା ଭାବି ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ୍ ଅଣାଯାଇଥିଲା। କିନ୍ତୁ ମେଡିକାଲରେ ଡାକ୍ତର କାହ୍ନା ପ୍ରଧାନ ଓ ଆଶୁତୋଷ ଭୂୟାଁଙ୍କୁ ମୃତ ଘୋଷଣା କରିଥିଲେ ।

 

Leave A Reply

Your email address will not be published.