Latest Odisha News

BREAKING NEWS

ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇବା ଘଟଣା; ପ୍ରଧାନ ଶିକ୍ଷକ ନିଲମ୍ବିତ

ଯାଜପୁର: ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇବା ଘଟଣାରେ ଯାଜପୁର ଜିଲ୍ଲାର ଜଣେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ମଙ୍ଗଳବାର ଦିନ ନିଲମ୍ବିତ କରାଯାଇଛି।

ସୁକିନ୍ଦା ବ୍ଲକର କାଳିଆପାଣିରେ ସାରୁବିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ ବାସୁଦେବ ଦେହୁରୀ ।

ଅଭିଭାବକଙ୍କ ଅନୁଯାୟୀ, ଗତ ୧୭ ଏପ୍ରିଲରେ ୧୦ ଜଣ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେଇଥିଲେ ପ୍ରଧାନ ଶିକ୍ଷକ। ଯାହାପରେ ପିଲାମାନେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ଏହି ଘଟଣା ବାବଦରେ ଜାଣିବା ପରେ ଅଭିଭାବକମାନେ ସ୍କୁଲରେ ହଙ୍ଗାମା କରିଥିଲେ ଏବଂ କାଳିଆପାଣି ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ପରେ ଗ୍ରାମ ସରପଞ୍ଚ ଏବଂ ସ୍କୁଲ ପରିଚାଳନା କମିଟିର ସଦସ୍ୟମାନେ ହସ୍ତକ୍ଷେପ କରିଥିଲେ। ଯାହା ପରେ ପ୍ରଧାନ ଶିକ୍ଷକ ବିଛୁଆତି ବ୍ୟବହାର କରିଥିବା ସ୍ୱୀକାର କରିଥିଲେ ଏବଂ ଏହାର ପୁନରାବୃତ୍ତି ନକରିବା ପାଇଁ ଲିଖିତ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।

ତେବେ ସୁକିନ୍ଦା ବ୍ଲକ ଶିକ୍ଷା ଅଧିକାରୀ (BEO) ନାରାୟଣ ଚନ୍ଦ୍ର ଦାସ ଏକ ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ନିୟମ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଅଧିକାରୀମାନେ।

 

Leave A Reply

Your email address will not be published.