Latest Odisha News

BREAKING NEWS

ନିଲାମ ହେବ ୧୭ଶ ଶତାବ୍ଦୀର ସୁପର କମ୍ପ୍ୟୁଟର

ନୂଆଦିଲ୍ଲୀ: ଆଜି ଆମେ କମ୍ପ୍ୟୁଟର, ମୋବାଇଲ୍ ଫୋନ୍ ଏବଂ କୃତ୍ରିମ ବୁଦ୍ଧିମତ୍ତାର ଦୁନିଆରେ ବାସ କରୁଛୁ। କିନ୍ତୁ ଶତାବ୍ଦୀ ପୂର୍ବରୁ ମଧ୍ୟ ମଣିଷ ଜଟିଳ ଗଣନା ସହଜରେ କରିବାକୁ  ଉପକରଣ ତିଆରି କରିଥିଲା। ୧୭ଶ ଶତାବ୍ଦୀର ଏପରି ଏକ ଅନନ୍ୟ ଉପକରଣ ଏବେ ପୁଣି ଚର୍ଚ୍ଚାରେ ଅଛି, ଯାହାକୁ ସେହି ଯୁଗର “ସୁପର କମ୍ପ୍ୟୁଟର” କୁହାଯାଉଥିଲା।

ଖାସ୍ କଥା ହେଉଛି, ଏହି ଉପକରଣଟି ଏକଦା ଜୟପୁର ରାଜପରିବାରର ଥିଲା ଏବଂ ପରେ ମହାରାଣୀ ଗାୟତ୍ରୀ ଦେବୀଙ୍କ ପାଖକୁ ଯାଇଥିଲା। ବର୍ତ୍ତମାନ ଏହି ଐତିହାସିକ ସମ୍ପଦ ନିଲାମ ହେବାକୁ ଯାଉଛି। ଏହା କେବଳ ଏକ ବସ୍ତୁ ନୁହେଁ, ବରଂ ଭାରତର ବୈଜ୍ଞାନିକ ଐତିହ୍ୟ ଏବଂ ସମୃଦ୍ଧ ଇତିହାସର ଏକ ଜୀବନ୍ତ ଉଦାହରଣ ମଧ୍ୟ। ଏହି ଆଷ୍ଟ୍ରୋଲାବ୍ କେବଳ ସମୟ କହିବା କିମ୍ବା ଦିଗ ନିର୍ଣ୍ଣୟ କରିବା ପାଇଁ ବ୍ୟବହୃତ ହେଉନଥିଲା ବରଂ ଏହା ମହାକାଶର ଗ୍ରହ ନକ୍ଷତ୍ରର ସ୍ଥିତି ବୁଝିବା ଏବଂ ଜଟିଳ ଗଣନା କରିବାରେ ମଧ୍ୟ ସକ୍ଷମ ଥିଲା।

ଏହି ଉପକରଣଟି ପ୍ରକୃତରେ ଏକ “ଆଷ୍ଟ୍ରୋଲାବ୍”, ଯାହା ଜ୍ୟୋତିର୍ବିଜ୍ଞାନ ଗଣନା ପାଇଁ ବ୍ୟବହୃତ ହୁଏ। ଏଥିରେ ଏକାଧିକ ସ୍ତର ଏବଂ ଘୂର୍ଣ୍ଣନ ଅଂଶ ରହିଥିବା ବେଳେ ଏହାକୁ ଗୋଟିଏ ହାତରେ ଧରା ଯାଇପାରୁଥିଲା। ଏଗୁଡ଼ିକୁ ସମୟ, ଦିଗ, ସୂର୍ଯ୍ୟ ଏବଂ ତାରାମାନଙ୍କର ସ୍ଥିତି ନିର୍ଣ୍ଣୟ କରିବା ପାଇଁ ବ୍ୟବହୃତ କରାଯାଉଥିଲା। ସେହି ସମୟରେ ଏହା  ନାବିକ, ଜ୍ୟୋତିର୍ବିଜ୍ଞାନୀ ଏବଂ ବୈଜ୍ଞାନିକମାନଙ୍କ ପାଇଁ ଅତ୍ୟାବଶ୍ୟକ ଉପକରଣ ଥିଲା।

 

Leave A Reply

Your email address will not be published.