Latest Odisha News

BREAKING NEWS

୩ ଦିନରେ ୨୦୦୦ କୋଟିରୁ ଊର୍ଦ୍ଧ୍ୱ ଆୟ କଲାଣି ମାଇକେଲ ଫିଲ୍ମ

ନୂଆଦିଲ୍ଲୀ: କିଙ୍ଗ ଅଫ ପପ ଭାବେ ପରିଚିତ ମାଇକେଲ ଜ୍ୟାକସନଙ୍କ ବାୟୋପିକ ଏବେ ବକ୍ସ ଅଫିସରେ ଝଡ ସୃଷ୍ଟି କରିବାରେ ଲାଗିଛି । ଏହି ଫିଲ୍ମରେ ମାଇକେଲଙ୍କ କୌଣସି ବିବାଦକୁ ଦେଖା ଯାଇନି । ଏହା ସତ୍ୱେ ପ୍ରଶଂସକମାନେ ଏହାକୁ ବେଶ ପସନ୍ଦ କରୁଛନ୍ତି । ଆଟୋଂନୀ ଫ୍ୟୁକ୍ୟୁବାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ମାତ୍ର ୩ ଦିନରେ ୨୦୦୦ କୋଟିରୁ ଊର୍ଦ୍ଧ୍ୱ ଆୟ କରିସାରିଛି । ୧୮୦୦ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମରେ ଜାଫର ଜ୍ୟାକସନ ମାଇକେଲଙ୍କ ଭୂମିକା କରିଛନ୍ତି । ଭାରତରେ ଧୂରନ୍ଧର ୨ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ ଜାରୀ ରଖିଥିବା ବେଳେ ମାଇକେଲ ମଧ୍ୟ ତାର ଛାପ ଛାଡିବାରେ ସଫଳ ହୋଇଛି ।

ରିପୋର୍ଟ ମୁତାବକ ଭାରତରେ ଏହା ୧୭ରୁ ୧୮ କୋଟି ଆୟ କରିସାରିଛି । ଫିଲ୍ମର ଚାହିଦା ଦେଖି ଏହାର ଶୋ ବୃଦ୍ଧି କରାଯାଉଛି । ଜ୍ୟାକସନଙ୍କ ଝିଅ ପେରିସ କିନ୍ତୁ ଫିଲ୍ମକୁ ସମାଲୋଚନା କରିଛନ୍ତିି । ସେ ଏହାକୁ ସମ୍ପୂର୍ଣ୍ଣ ଭାବେ କାଳ୍ପନିକ ବୋଲି ମଧ୍ୟ କହିଛନ୍ତି । ସେ ଜ୍ୟାକସନଙ୍କୁ ରାକ୍ଷସ ମଧ୍ୟ କହିଛନ୍ତି । ଫିଲ୍ମରେ ବିବାଦଗୁଡିକ ନ ଥିବାରୁ ଅନେକ ଦର୍ଶକ କିଛି ମାତ୍ରାରେ ନିରାଶ ହୋଇଛନ୍ତି ।

Leave A Reply

Your email address will not be published.