Latest Odisha News

BREAKING NEWS

Rural Bank:ଅଭାବନୀୟ ଘଟଣା…ଗ୍ରାମ୍ୟ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଭଉଣୀର ମୃତଦେହ ଆଣି ଆସିଲା ଭାଇ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମଲିପଶି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବୃଦ୍ଧ ବ୍ୟକ୍ତି ନିଜ ମୃତ ଭଉଣୀଙ୍କ ଜମା ଟଙ୍କା ପାଇବା ପାଇଁ ମଶାଣିରୁ ମୃତଦେହ ଖୋଳି ଆଣି ବ୍ୟାଙ୍କ ସମ୍ମୁଖରେ ରଖିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଖବରମୁତାବକ, ଡିଆନାଳି ଗାଁର ଜିତୁ ମୁଣ୍ଡା ଦୁଇ ଦିନ ପୂର୍ବରୁ ନିଜ ଭଉଣୀଙ୍କ ଜମା ଟଙ୍କା ପାଇଁ ବ୍ୟାଙ୍କ ଯାଇଥିଲେ। କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷ ଟଙ୍କା ଦେବା ପାଇଁ ମନା କରିଦେଇଥିଲେ। ଯାହା ନାମରେ ଟଙ୍କା ଅଛି ସେ ନଆସିଲେ ଟଙ୍କା ଦିଆଯାଇ ପାରିବନାହିଁ ବୋଲି ବ୍ୟାଙ୍କର ଶାଖା ପରିଚାଳକ ରୋକ୍‌ଠୋକ୍‌ ଶୁଣାଇଦେଇଥିଲେ। ତାଙ୍କର ମୃତ୍ୟୁ ହୋଇଥିବା କହିବାରୁ ତାଙ୍କ ଉତ୍ତରାଧିକାରୀ ନେଇ କି ଆସ ବୋଲି କହିଥିଲେ। ଏଥିରେ ବିବ୍ରତ ହୋଇ ଜିତୁ ମୁଣ୍ଡା ସିଧାସଳଖ ଯାଇ ଗାଁ ଶ୍ମଶାନ ଘାଟରେ ପୋତା ଯାଇଥିବା ଭଉଣୀର ମୃତଦେହକୁ ଖୋଳିଥିଲେ ଓ ତାକୁ କାନ୍ଧରେ ପକାଇ ତିନି କିଲୋମିଟର ଦୂର ମଲ୍ଲୀପସି ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାକୁ ଚାଲିଚାଲି ଆସି ପହଂଚି ଥିଲେ।

ବ୍ୟାଙ୍କ ଆଗରେ ମୃତଦେହ ରଖି ଟଙ୍କା ମାଗିଥିଲେ। ଜିତୁ ମୁଣ୍ଡାଙ୍କ ଭଉଣୀ କାଲା ମୁଣ୍ଡାଙ୍କ ନାଁର ଥିବା ୧୯ହଜାର ୩୦୦ ଟଙ୍କାର ଜମା ରାଶି ପାଇବା ପାଇଁ ସେ ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି । ଏଥିପାଇଁ ଅନେକ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅମାନବିକତା ଓ ଅସମ୍ବେଦନଶୀଳତାକୁ ଦାୟୀ କରିଛନ୍ତି।

ବ୍ୟାଙ୍କ ଭିତରେ ଥିବା କର୍ମଚାରୀ ଏବଂ ଗ୍ରାହକମାନେ ଏଭଳି ସ୍ଥିତି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପୋଲିସ ପହଞ୍ଚି ବୃଦ୍ଧ ଜଣଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ପରେ ମୃତଦେହକୁ ନିଆଯାଇ ପୁନର୍ବାର ପୋତିବାର ବ୍ୟବସ୍ଥା କରାଯାଇଥିଲା।

ସୂଚନାଥାଉକି, କଲରା ମୁଣ୍ଡା କିଛି ବର୍ଷ ପୂର୍ବେ ବିବାହ କରିଥିଲେ। ତାଙ୍କ ସ୍ବାମୀ ଓ ଏଜ ମାତ୍ର ସନ୍ତାନଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ଏହାପରର ୨ ମାସ ପୂର୍ବେ କଲରାଙ୍କ ମଧ୍ୟ ମୃତ୍ୟୁ ଘଟି ଥିଲା। କଲରାଙ୍କ ସମ୍ପର୍କୀୟ କହିଲେ, ଜିତୁ ହିଁ ଏକ ମାତ୍ର ବ୍ୟକ୍ତି ଥିଲେ।


 

Leave A Reply

Your email address will not be published.