Latest Odisha News

BREAKING NEWS

ମାଲକାନଗିରି ମୁଖ୍ୟ ଡାକ୍ତରଖାନାରେ ନାଗ, ଛାନିଆ ଲୋକେ…

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନା (DHH) ପରିସରରେ ବୁଧବାର ସକାଳେ ଏକ ନାଗସାପ ଦେଖାଯିବା ପରେ ଆତଙ୍କ ଖେଳିଯାଇଛି।

ସୂଚନା ଅନୁଯାୟୀ, ଡାକ୍ତରଖାନାରେ ଥିବା ଏକ ଗଣେଶ ମୂର୍ତ୍ତି ପାଖରେ ନନା ପୂଜାର୍ଚ୍ଚନା କରିବାକୁ ଆସିବା ବେଳେ ସେ ମୂର୍ତ୍ତି ପାଖରେ ସାପଟିକୁ ଦେଖିଥିଲେ। ସେ ତୁରନ୍ତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସତର୍କ କରାଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇ କର୍ତ୍ତୃପକ୍ଷ ସ୍ଥାନୀୟ ସ୍ନେକ ହେଲ୍ପଲାଇନ୍‌ର ସଦସ୍ୟମାନଙ୍କୁ ଅବଗତ କରାଇଥିଲେ। ପରେ ସେମାନେ ହସ୍ପିଟାଲରେ ପହଞ୍ଚି ସାପକୁ କାବୁ କରିଥିଲେ। ପରେ ସାପଟିକୁ ଜଙ୍ଗଲରେ ଛାଡି ଦିଆଯାଇଥିଲା।

“ଆମେ ସନ୍ଦେହ କରୁଛୁ ଯେ ନିକଟସ୍ଥ ଘଞ୍ଚ ଜଙ୍ଗଲରୁ ନାଗସାପଟି ଡାକ୍ତରଖାନା ଭିତରକୁ ପଶି ଆସିଥିଲା,” DHHର ଡାକ୍ତର ଦେବୀ ରଞ୍ଜନ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଷାକ୍ତ ସାପ ଦ୍ୱାରା ସୃଷ୍ଟି ହେଉଥିବା ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଭବିଷ୍ୟତରେ ଏଭଳି ସ୍ଥିତିକୁ ଏଡାଇବା ପାଇଁ ସେମାନେ ପ୍ରତିରୋଧୀ ପଦକ୍ଷେପଗୁଡ଼ିକୁ ସୁଦୃଢ଼ କରିବେ ବୋଲି ହସ୍ପିଟାଲ ଅଧିକାରୀମାନେ କହିଛନ୍ତି।

 

Leave A Reply

Your email address will not be published.