ଖୋର୍ଦ୍ଧା: ନିକଟରେ ଜବଲପୁର ବୋଟ ବୁଡି ଘଟଣା ସମସ୍ତ ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । ଏହି ଘଟଣା ପରେ ଏବେ ତତ୍ପରତା ଦେଖାଇଛି ଖୋର୍ଦ୍ଧା ପ୍ରଶାସନ । ଚିଲିକା ହ୍ରଦରେ ଯାତ୍ରୀବାହି ନୌକା ଚାଳନା ସମୟରେ ଯାତ୍ରୀମାନଙ୍କ ଜୀବନ ସୁରକ୍ଷା ପାଇଁ କଟକଣା ଲଗାଇଛନ୍ତି ।
ଚିଲିକାରେ ସମସ୍ତ ଯାତ୍ରୀବାହି ବୋଟ, ନୌକା, ଡଙ୍ଗା ନିୟମ ୨୦୦୪କୁ ବଳବତ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ବୋଟ୍ ମାଲିକମାନେ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବେ ।
ଜାରି ବିଜ୍ଞପ୍ତି ଅନୁସାରେ, ଗ୍ରୀଷ୍ମ ଋତୁରେ ପ୍ରାୟତଃ କାଳବୈଶାଖୀ ଏବଂ ଘୂର୍ଣିଝଡ଼ ଜନିତ ବର୍ଷା, ତୋଫାନ ହେଉଥିବାରୁ ନୌକା ଚାଳନା ସମୟରେ ପ୍ରତ୍ୟେକ ବୋଟ୍ ରେ ଯାତ୍ରୀମାନଙ୍କୁ ଲାଇଫ୍ ଜ୍ୟାକେଟ୍ ପିନ୍ଧିବା ବାଧ୍ୟତାମୂଳକ ହେବ । ନିୟମ ଉଲଙ୍ଘନ କଲେ ସରକାର ସେମାନଙ୍କ ବୋଟ୍ ପଞ୍ଜିକରଣକୁ ରଦ୍ଧ କରିବା ସହ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି ଜିଲ୍ଲାପାଳ ।