ମୁମ୍ବାଇ: ୨୫ ବର୍ଷ ପରେ ସ୍ୱର୍ଗତଃ ଇରଫାନ ଖାଁ ଦି ଲାଷ୍ଟ ଟେନେଂଟ ଫିଲ୍ମ ଶେଷରେ ରିଲିଜ ହୋଇଛି । ଏଥିରେ ଇରଫାନଙ୍କ ସହ ବିଦ୍ୟା ବାଲାନ ଅଭିନୟ କରିଥିଲେ । ବହୁ କଷ୍ଟରେ ଏବେ ଏହାକୁ ୟୁଟ୍ୟୁବରେ ରିଲିଜ କରାଯାଇଛି । ଅଭିନୟ ମାଧ୍ୟମରେ ଇରଫାନ ଓ ବିଦ୍ୟା ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଫିଲ୍ମର ଶୁଟିଂ ଶେଷ ହୋଇ ଯାଇଥିଲେ ମଧ୍ୟ କୌଣସି କାରଣରୁ ରିଲିଜ ହୋଇପାରି ନ ଥିଲା । ସାର୍ଥକ ଦାସଗୁପ୍ତା ଏହାର କାହାଣୀ ଲେଖିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ।
ଫିଲ୍ମର ଫୁଟେଜ ହଜି ଯାଇଥିଲା । ଇରଫାନଙ୍କ ପରଲୋକ ହେବା ପରେ ଏହାକୁ ସେମାନେ ବହୁତ ଖୋଜିଥିଲେ ମଧ୍ୟ ପାଇ ନ ଥିଲେ । ସାର୍ଥକଙ୍କୁ ଶେଷରେ ଏକ ପୁରୂଣା ଭିଏଚଏସ ଟେପ ମିଳିଥିଲା । ଏଥିରୁ ଫିଲ୍ମକୁ ପୂନର୍ବାର ପ୍ରସ୍ତୁତ କରାଯାଇଥିଲା । ବିଦ୍ୟା ମଧ୍ୟ ତାଙ୍କ ଫିଲ୍ମ କ୍ୟାରିୟରର ଆରମ୍ଭ ସମୟରେ ଫିଲ୍ମକୁ ଦେଖି ବେଶ ଉତ୍ସାହିତ ଅଛନ୍ତି । ଏହି ଅବସରରେ ଇରଫାନଙ୍କ ଅଭିନୟକୁ ସମସ୍ତେ ମନେ ପକାଇଥିଲେ ।