Latest Odisha News

BREAKING NEWS

ପାୱାର ବ୍ୟାଙ୍କରୁ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ: ମଙ୍ଗଳବାର ଅପରାହ୍ନରେ ଚଣ୍ଡିଗଡର ସହିଦ ଭଗତ ସିଂହ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବିମାନରେ ଅଗ୍ନିକାଣ୍ଡ ଘଟିଥିଲା। ଯାହାକୁ ନେଇ ଏୟାରପୋର୍ଟରେ ଆତଙ୍କ ଖେଳିଯାଇଥିଲା।

ସୂଚନାନୁଯାୟୀ, ଅବତରଣ କରିବାର କିଛି ସମୟ ପରେ ଇଣ୍ଡିଗୋ ବିମାନ 6E108 ର ଭିତର ଭାଗ ହଠାତ୍ ଧୂଆଁରେ ପୂର୍ଣ୍ଣ ହୋଇଯାଇଥିଲା। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ସିଟ୍ ନମ୍ବର 39-40 ପାଖରେ ରଖାଯାଇଥିବା ଏକ ପାୱାର ବ୍ୟାଙ୍କରେ ବିସ୍ଫୋରଣ ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା। କିଛି ମୁହୂର୍ତ୍ତ ମଧ୍ୟରେ ସମଗ୍ର କ୍ୟାବିନରେ ଧୂଆଁ ବ୍ୟାପିଯାଇଥିଲା, ଯାହା ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା।

ପରିସ୍ଥିତି ବିଗିଡ଼ିବାକୁ ଦେଖି ବିମାନରେ ଥିବା ଏୟାର ହୋଷ୍ଟେସ ଏବଂ କ୍ରୁ ତୁରନ୍ତ ଅଗ୍ନି ନିର୍ବାପକ ସାହାଯ୍ୟରେ ନିଆଁ ଏବଂ ଧୂଆଁକୁ ଲିଭାଇ ଦେଇଥିଲେ, ଯାହା ଫଳରେ ଏକ ବଡ଼ ବିପର୍ଯ୍ୟୟ ଏଡାଇ ଯାଇଥିଲା। ତଥାପି ବିମାନ ଭିତରେ ଧୂଆଁ ଏବଂ ଆତଙ୍କ ଯୋଗୁଁ ଦଳାଚକଟା ସ୍ଥିତି ଉପୁଜିଥିଲା।

ପରେ ବିମାନଟିକୁ ପାର୍କିଂ ବେରେ ରଖାଯାଇଥିଲା ଏବଂ ଜରୁରୀକାଳୀନ ଗେଟ୍ ଖୋଲାଯାଇଥିଲା। ବିମାନରେ ଥିବା ପ୍ରାୟ ୨୦୦ ଯାତ୍ରୀଙ୍କୁ ଜରୁରୀକାଳୀନ ସ୍ଲାଇଡର ମାଧ୍ୟମରେ ଶୀଘ୍ର ବାହାର କରାଯାଇଥିଲା। ଏଥିରେ କିଛି ବରିଷ୍ଠ ନାଗରିକଙ୍କ ସମେତ ପାଞ୍ଚରୁ ଛଅ ଜଣ ଯାତ୍ରୀ ଆହତ ହୋଇଥିଲେ। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଥିଲା।

 

Leave A Reply

Your email address will not be published.