ଭୁବନେଶ୍ବର:ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବାସନ୍ତୀ ଭିଲ୍ଲା ଆପାର୍ଟମେଣ୍ଟରେ ଲାଗିଲା ନିଆଁ , ଚାଲିଗଲା ୩ ଜଣଙ୍କ ଜୀବନ । ଏହି ଅଗ୍ନିକାଣ୍ଡରେ ଘଟଣାସ୍ଥଳରେ ଜଣେ ସୁରକ୍ଷାକର୍ମୀ ଓ ମହିଳା କେୟାର ଟେକରଙ୍କର ମୃତ୍ୟୁ ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ଜଣେ ନାବାଳିକାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଜୀବନ ଚାଲିଯାଇଛି
ମୃତକ ହେଲେ ବିଶ୍ବନାଥ ବେହେରା, ସୁଲଭା ବେହେରା ଓ ତେଜେଶ୍ବରୀ ବେହେରା ।ବିଦ୍ୟୁତ୍ ସର୍ଟ୍ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।
ଭୋର ୪ଟା ୩୦ରେ ଆପାର୍ଟମେଣ୍ଟର ତଳ ମହଲାରେ ନିଆଁ ଲାଗିଥିଲା । ପରେ ଦ୍ରୁତ ଗତିରେ ବ୍ୟାପିଯାଇଥିଲା । ତୃତୀୟ ମହଲା ପର୍ଯ୍ୟନ୍ତ ବ୍ୟାପିଯାଇଥିଲା ନିଆଁ । ଖବରପାଇ ଅଗ୍ନିଶମ ବିଭାଗୀୟ ଅଧିକାରୀ ଆସି ପହଞ୍ଚିଥିଲେ ଦୁଇଜଣ ବାଷ୍ପରୁଦ୍ଧ ହୋଇସାରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରଥମେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ତା ପରେ ଅନ୍ୟ ସମସ୍ତଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା । ହେଲେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ନାବାଳିକାର ମୃତ୍ୟୁ ହୋଇଛି ।