ଚେନ୍ନାଇ: ଚଳିତ ଆଇପିଏଲରେ ଆରମ୍ଭରୁ ଖରାପ ପ୍ରଦର୍ଶନ କରିବା ପରେ ଚେନ୍ନାଇ ସୁପର କିଙ୍ଗସ ଟ୍ରାକକୁ ଫେରିବା ସହ ପ୍ଲେ ଅଫ ପ୍ରବେଶ ଆଶା ମଜଭୁତ କରିଛି । ଦଳର ଷ୍ଟାର ଖେଳାଳି ଏମଏମ ଧୋନୀ ଏ ପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚରେ ଖେଳି ନାହାନ୍ତି । ସେ ଫିଟ ହୋଇଥିଲେ ମଧ୍ୟ କାହିଁକି ଖେଳୁ ନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସଞ୍ଜୁ ସାମସନ ଚମତ୍କାର ପ୍ରଦର୍ଶନ ଏହାର ମୂଖ୍ୟ କାରଣ ବିବେଚନା କରାଯାଉଛି । ଟିମ କମ୍ବିନେଶନ ମଧ୍ୟ ମ୍ୟାନେଜମେଂଟ ବିଗାଡିବାକୁ ଚାହୁଁନି । କେତେକ ରିପୋର୍ଟରେ ଧୋନୀ ଚୁପଚାପ ଅବସର ନେବା ପାଇଁ ନିଷ୍ପତି ନେଇ ସାରିଛନ୍ତିି ।
ମେ ୧୮ରେ ଚେନ୍ନାଇ ତାର ଶେଷ ଲିଗ ମ୍ୟାଚ ଘରୋଇ ପରିବେଶରେ ଖେଳିବ । ଏହି ମ୍ୟାଚ ମାଧ୍ୟମରେ ଧୋନୀ ଅବସର ନେବେ ବୋଲି ଅନୁମାନ କରାଯାଉଛି । ୫ ବର୍ଷ ତଳେ ଧୋନୀ ଚେପକରେ ଅବସର ନେବାକୁ ଚାହାନ୍ତି ବୋଲି କହିଥିଲେ । ଯାହା କିଛି ମାତ୍ରାରେ ସତ ହେବାକୁ ଯାଉଛି । ଅବଶ୍ୟ ଚେନ୍ନାଇ ଟିମ, ସାଥୀ ଖେଳାଳି ଏବଂ ନିଜେ ଧୋନୀ କିନ୍ତୁ ଅବସର ସମ୍ପର୍କରେ କିଛି ବୟାନ ଦେଇ ନାହାନ୍ତିି । ଏହା ସତ୍ୟ ଏବେ ବି ପ୍ରଶଂସକମାନେ ଧୋନୀଙ୍କୁ ପଡିଆରେ ଦେଖିବାକୁ ଚାହୁଁଛନ୍ତି । ଧୋନୀ ୨୭୮ ଆଇପିଏଲ ମ୍ୟାଚରେ ୫୪୩୯ ରନ କରିଛନ୍ତି । ଏଥିରେ ୨୪ ଅର୍ଦ୍ଧଶତକ ସାମିଲ । ସେ ଆଇପିଏଲରେ ୨୬୪ ଛକା ମାରିଛନ୍ତି ।