ନୂଆଦିଲ୍ଲୀ: ୨୦୨୬ ଟି୨୦ ବିଶ୍ୱକପ ଜିତାଇଥିବା ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ କନ୍ୟା ସନ୍ତାନର ବାପା ହୋଇଛନ୍ତି । ସୂର୍ଯ୍ୟକୁମାରଙ୍କ ପତ୍ନୀ ଦେବୀଶା ଶେଟ୍ଟୀ ମାଆ ହୋଇଛନ୍ତି । ୨୦୧୬ରେ ସୂର୍ଯ୍ୟକୁମାର ଓ ଦେବୀଶା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଉଭୟ କଲେଜରୁ ପରସ୍ପରକୁ ଭଲ ପାଇ ଆସୁଥିଲେ । ଦେବୀଶା ଭଲ ନୃତ୍ୟ କରନ୍ତି । ନିକଟରେ ଦେବୀଶାଙ୍କ ବେବି ଶାୱାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ସୂର୍ଯ୍ୟକୁମାର ଚଳିତ ଆଇପିଏଲରେ ଏ ପର୍ଯ୍ୟନ୍ତ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିପାରି ନାହାନ୍ତି । ଏହି ଚାପଭରା ପରିସ୍ଥିତିରେ ଘରକୁ କନ୍ୟା ସନ୍ତାନ ଆସିବା ତାଙ୍କୁ ବେଶ ଆନନ୍ଦ ପ୍ରଦାନ କରିଛି । ରିପୋର୍ଟ ମୁତାବକ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିପକ୍ଷ ମ୍ୟାଚରେ ସୂର୍ଯ୍ୟକୁମାର ଖେଳିବେ ନାହିଁ । ସେ ଟିମ ସହିତ ରାୟପୁର ଯାଇ ନାହାନ୍ତି । ପତ୍ନୀ ଓ ଝିଅଙ୍କ ସହ ସେ ସମୟ ଦେବାକୁ ଚାହୁଁଛନ୍ତି । ସୂଚନାଯୋଗ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ସଂସ୍କରଣରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରଖିଛି । ଦଳ ଏବେ ପ୍ଲେ ଅଫରେ ପ୍ରବେଶ ପାଇଁ ସଂଘର୍ଷ କରୁଛି ।