ନୂଆଦିଲ୍ଲୀ: NEET UG 2026 ପରୀକ୍ଷା ବାତିଲ ହେବା ପରେ ପେପର ଲିକ୍ ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ମହାରାଷ୍ଟ୍ରର ନାସିକରେ ଗିରଫ ହୋଇଥିବା ଜଣେ ଛାତ୍ର ପ୍ରାୟ ୧୦ ଲକ୍ଷରେ ଲିକ୍ ହୋଇଥିବା ପରୀକ୍ଷା ପେପର କିଣିଥିବା ଅଭିଯୋଗ ହୋଇଛି।
ସୂତ୍ର ଅନୁଯାୟୀ, ଗିରଫ ଛାତ୍ରଙ୍କ ନାମ ଶୁଭମ୍ ଖୈରନାର୍। ସେ ଜଣେ ଡାକ୍ତରୀ ଛାତ୍ର। ତଦନ୍ତକାରୀ ସଂସ୍ଥାଗୁଡ଼ିକ ଦାବି କରୁଛନ୍ତି ଯେ ଶୁଭମ୍ ଟେଲିଗ୍ରାମ ମାଧ୍ୟମରେ ପେପର ପାଇଥିଲେ ଏବଂ ପରେ ଏହାକୁ ଅନ୍ୟମାନଙ୍କୁ ବଣ୍ଟନ କରିଥିଲେ। ଏଥିରେ ପାଖାପାଖି ୪ଶହରୁ ଅଧିକ ସଦସ୍ୟ ଥିଲେ। ରିପୋର୍ଟ ହୋଇଛି ଯେ ପରୀକ୍ଷା ପୂର୍ବରୁ ପେପର ଅନେକ ଛାତ୍ରଙ୍କ ପାଖରେ ପହଞ୍ଚିଥିଲା।
ଏହି ଗ୍ରୁପରେ ସେୟାର କରାଯାଇଥିବା ପ୍ରଶ୍ନପତ୍ରକୁ ବାହାରକୁ ଫରଓ୍ୱାଡ ନକରିବାକୁ ମେସେଜ୍ ଦିଆଯାଇଥିଲା ବୋଲି କୁହାଯାଉଛି। ଗେସ୍ ପେପର୍ସ ନାଁରେ ଅପଲୋଡ୍ ହୋଇଥିଲା ସବୁ। ଗତ ୩ ତାରିଖରେ ହୋଇଥିଲା NEET-UG ପରୀକ୍ଷା ହୋଇଥିଲା। ଏପଟେ ରାଜସ୍ଥାନରୁ ଏହି ପ୍ରଶ୍ନପତ୍ର ଲିକ୍ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ଅପରପକ୍ଷରେ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି CBI ଟିମ୍ ନାସିକରେ ପହଞ୍ଚିଛନ୍ତି। ଏଜେନ୍ସି ଏବେ ପେପର ଲିକ୍ କେଉଁଠାରୁ ଆରମ୍ଭ ହୋଇଥିଲା ଏବଂ କିଏ ଏଥିରେ ସାମିଲ ଥିଲା ତାହା ତଦନ୍ତ କରୁଛି।