Latest Odisha News

BREAKING NEWS

ୟେଦୁରପ୍ପା କ୍ୟାବିନେଟ ସମ୍ପ୍ରସାରଣ ଫେବୃୟାରୀ ୬ରେ ହୋଇପାରେ

ବାଙ୍ଗାଲୋର : କର୍ଣ୍ଣାଟକରେ ବିଏସ ୟେଦୁରପ୍ପାଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ଫେବୃୟାରୀ ୬ରେ ହେବ ବୋଲି ଜଣାଯାଇଛି । ଏଥିରେ ୧୩ଜଣ ନୂଆ ମନ୍ତ୍ରୀ ସାମିଲ ହେବେ ବୋଲି ରିପୋର୍ଟ ପ୍ରକାଶ ପାଇଛି ।

ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଏ ନେଇ ସିଧାସଳଖ କିଛି କହି ନ ଥିଲେ ମଧ୍ୟ ଉପନିର୍ବାଚନ ଜିତିଥିବା କଂଗ୍ରେସ-ଜେଡିଏସର ବିଦ୍ରୋହୀ ନେତାମାନଙ୍କୁ ଏଥିରେ ସାମିଲ କରାଯାଇପାରେ ।

ତେବେ କେଉଁମାନେ ମନ୍ତ୍ରୀ ପଦ ପାଇବେ ସେ ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ କୌଣସି ସୂଚନା ଦିଆଯାଇ ନାହିଁ । ସୂଚନାଯୋଗ୍ୟ, ଉପ ନିର୍ବାଚନରେ ବିଜୟ ହାସଲ କରିଥିବା ୧୦ଜଣଙ୍କୁ ପ୍ରାଥମିକତା ଦିଆଯିବ ।

Leave A Reply

Your email address will not be published.