Latest Odisha News

BREAKING NEWS

ବନ୍ଧୁ ମିଳନରେ ପୁରୁଣା ସ୍ମୃତିକୁ ରୋମନ୍ଥନ କଲେ ୧୯୮୩ ବ୍ୟାଚର ଛାତ୍ରଛାତ୍ରୀ

ଖୋର୍ଦ୍ଧା: ଖୋର୍ଦ୍ଧା ସରକାରୀ ଉଚ୍ଚ ବିଦ୍ୟାଳୟ NMMMUB, ମୁକ୍ତାପୁର ୧୯୮୩ ବ୍ୟାଚର ବନ୍ଧୁମିଳନ ୨ ତାରିଖ ସ୍ଥାନିୟ ଶିଖରଚଣ୍ଡି ଭୁବନେଶ୍ୱରରେ ଅନୁଷ୍ଟିତ ହୋଇଯାଇଅଛି । ୩୫ ରୁ ଅଧିକ ପୁରାତନ ଛାତ୍ର ଛାତ୍ରୀ ଏହି ବନ୍ଧୁମିଳନରେ ଯୋଗ ଦେଇ ନିଜର ପୁରୁଣା ସୃତିକୁ ରୋମଛନ କରିଥିଲେ ।

ଦୀର୍ଘ ବର୍ଷର ବ୍ୟବଧାନ ପରେ ଏଭଳି ଏକ ବନ୍ଧୁମିଳନର ଆୟୋଜନ ହୋଇଥିବାରୁ ସମସ୍ତେ ଖୁସିବ୍ୟକ୍ତ କରିଥିଲେ । ଆଗାମି ଦିନରେ ବିଦ୍ୟାଳୟର ଉନ୍ନତି ସହିତ ସମାଜ ସେବା ପାଇଁ ସମସ୍ତେ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ ।

ଏହି ବନ୍ଧୁମିଳନକୁ ବାନାମ୍ବର ବେହେରା, ରେଣୁବାଳା ଷଡଙ୍ଗୀ, ଦୁଃଶାସନ ସେଠୀ, କୁଳମଣୀ ସାହୁ, ଶରତ ଚନ୍ଦ୍ର ବେହେରା ପ୍ରମୁଖ ପରିଚାଳନା
କରିଥିଲେ । ଖୋର୍ଦ୍ଧା ୧ ନମ୍ବର ଜୋନର ଜିଲ୍ଲା ପରିଷଦ ଶ୍ରୀମତୀ ବିଜୟନୀ ବେହେରା ସହଯୋଗ କରିଥିଲେ ।

Leave A Reply

Your email address will not be published.